ବଡଦାଣ୍ଡରେ ଗଡିଲା ରଥ ! ବଳଗଣ୍ଡି ଛକରୁ ଗୁଣ୍ଡିଚା ବାଡି ଅଭିମୁଖେ ଟଣାହେଲା ତାଳଧ୍ୱଜ ରଥ

41

ବଡଦାଣ୍ଡରେ ଗଡିଲା ବଡଠାକୁରଙ୍କ ରଥ । ପୁରୀ ମାର୍କେଟ୍ ଛକ ନିକଟରେ ଅଟକି ଥିବା ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣୁଛନ୍ତି ଭକ୍ତ । ପଟିଆରାଣି ମନ୍ଦିର ନିକଟରେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଓ ବଳଗଣ୍ଡି ଛକ ନିକଟରେ ବଳଭଦ୍ରଙ୍କ ରଥ ତାଳଧ୍ୱଜ ମଧ୍ୟ ଅଟକି ରହିଥିଲା । ଆଜି ସକାଳୁ ରଥ ମାଉସୀ ମା’ ଘର ଅଭିମୁଖେ ନେଉଛନ୍ତି ଶ୍ରଦ୍ଧାଳୁ । ଗତକାଲି ପାଗ ଅନୁକୁଳ ଥିବାରୁ ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ଭିଡ ଜମିଥିଲା ଶ୍ରୀକ୍ଷେତ୍ରରେ ।