ଗୁଜୁରାଟସ୍ଥିତ ଜଗନ୍ନାଥ ମନ୍ଦିରକୁ ନୈବେଦ୍ୟ ପଠାଇଲେ ପ୍ରଧାନମନ୍ତ୍ରୀ ମୋଦି : ଆଜି ମହାପ୍ରଭୁଙ୍କ ଠାରେ ଲାଗିହେବ ଗଜାମୁଗ, ଜାମୁକୋଳି, ଡାଳିମ୍ବ ଓ ଆମ୍ବ

69

କନକ ବ୍ୟୁରୋ : ବାର୍ଷିକ ରଥଯାତ୍ରା ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟସ୍ଥିତ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ପାରମ୍ପରିକ ନୈବେଦ୍ୟ ପଠାଇଛନ୍ତି । ଗତ କେତେ ବର୍ଷ ହେବ ରଥଯାତ୍ରା ପୂର୍ବରୁ ମୋଦି ନୈବେଦ୍ୟ ପଠାଇ ଆସୁଛନ୍ତି । ମନ୍ଦିରର ମୁଖ୍ୟ ପୁରୋହିତ ଦିଲୀପ ଦାସଜୀ ମହାରାଜ କହନ୍ତି, ସବୁ ଥର ପରି ପ୍ରଧାନମନ୍ତ୍ରୀ ନିଜ କଥା ରଖି ଗଜାମୁଗ, ଜାମୁକୋଳି, ଡାଳିମ୍ବ ଓ ଆମ୍ବ ପଠାଇଛନ୍ତି। ଏ ସବୁ ପ୍ରଭୁ ଜଗନ୍ନାଥଙ୍କୁ ଲାଗି କରାଯିବ । ମନ୍ଦିରର ଟ୍ରଷ୍ଟି ମହେନ୍ଦ୍ର ଝା କହନ୍ତି, ଆଦ୍ୟ କାଳରେ ଅଳ୍ପ କିଛି ଦିନ ମୋଦି ମନ୍ଦିରରେ ରହୁଥିଲେ। ଜୀବନର ଆଦ୍ୟ କାଳରେ ଅନାମଧ୍ୟେୟ ଥିବା ମୋଦି ଏହି ମନ୍ଦିର ସହ ସମ୍ପୃକ୍ତ ଥିଲେ । ରଥଯାତ୍ରା ସମୟରେ ଗଜାମୁଗ ଓ ଜାମୁକୋଳି ଜଗନ୍ନାଥଙ୍କୁ ଲାଗି କରାଯିବାର ପାରମ୍ପରିକ ବିଧି ।

Source:Highlights India

ତେବେ ଆଜି ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ଦେଶବାସୀ ଖୁସିରେ ରହିବା ସହ ଆମ ଦେଶ ଉନ୍ନତିର ଶୀର୍ଷରେ ପହଞ୍ଚୁ ବୋଲି କାମନା କରିଛନ୍ତି ।