ଜଗା ଦେଖେନି ଭକ୍ତର ଜାତି, ଧର୍ମ ଆଉ ବର୍ଣ୍ଣ ! କିଏ କେତେ ନିଜକୁ ସମର୍ପଣ କରୁଛି, ତାହାହିଁ ଦେଖନ୍ତି ଜଗତର ନାଥ ଜଗନ୍ନାଥ

421

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ, ମୋ ଆରତ ନଳିନୀ ବନକୁ କଲ ଦଳନ..ଆହେ ନୀଳ ଶଇଳ…। ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଏଇ ଜଣାଣର ରଚୟିତା ହିନ୍ଦୁ ନୁହଁ, ଜଣେ ମୋଗଲ ବାପାର ପୁଅ। ସେ ସାଲବେଗ। ପ୍ରଭୁ ଜଗନ୍ନାଥଙ୍କର ଏମିତି ଜଣେ ଭକ୍ତ ହେଲେ ସାଲବେଗ । ସାଲେବେଗ ଏକ ଗରିବ ମୁସଲମାନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଲାଲବେଗ ବିହାରର ବାସିନ୍ଦା । ସେ ଜଣେ ମୋଗଲ କର୍ମଚାରୀ ଥିଲେ । ପୁରୀରେ ଆକ୍ରମଣ ବେଳେ ଲାଲବେଗ ସାଲବେଗ ମା’ଙ୍କୁ ବିବାହ କରିଥିବା ଜଣାପଡେ । ସେ ଜଣେ ଓଡିଆ ବ୍ରାହ୍ଣଣୀ ଥିଲେ । ଲାଲବେଗ ତାଙ୍କୁ ଜବରଦସ୍ତ ବିବାହ କଲାପରେ ତାଙ୍କର ନାମ ଫତିନା ବିବି ହୋଇଥିଲା । ଲାଲବେଗ ଓ ଫତିନାଙ୍କଠାରୁ ସାଲବେଗଙ୍କ ଜନ୍ମ । ସାଲବେଗ ପିଲାବେଳୁ ଓଡିଆ ଶାସ୍ତ୍ର ଶୁଣି ସମସ୍ତ କଥା ମନେ ରଖୁଥିଲେ । ସେ ଅନେକ ଭଜନ ଓ ଜଣାଣ ମଧ୍ୟ ଗାଇଛନ୍ତି । ଭକ୍ତ ସାଲବେଗଙ୍କ ସମାଧି ଏବେ ବି ପୁରୀ ମୁଖ୍ୟ ଚିକିତ୍ସାଳୟ ପାଖରେ ରହିଛି ।

ସାଲବେଗଙ୍କ ମାମୁଁ ଘର ପୁରୀର ପିପିଲିଠାରେ । ଏହା ସାଲବେଗଙ୍କ ସ୍ମୃତି ପୀଠ ଭାବେ ପରିଚତ । ତାଙ୍କ ମାଙ୍କୁ କିପରି ଭାବରେ ଅପହରଣ କରାଯାଇଥିଲା ସେ ତାହାକୁ କବିତା ମାଧ୍ୟମରେ ଅତ୍ୟନ୍ତ ହୃଦୟ ଦେଇ ପ୍ରକାଶ କରିଛନ୍ତି । ଲାଲବେଗ ପୁରୀ ଆକ୍ରମଣ କରିବା ଲାଗି ଯିବା ବେଳେ ବାଟରେ ପିପିଲିଠାରେ ଏକ ବିଧବା ବ୍ରାହ୍ଣଣୀଙ୍କୁ ଗାଧୋଉଥିବା ସମୟରେ ଦେଖିବା ପରେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ । ପରେ ତାଙ୍କୁ ଅପହରଣ ମଧ୍ୟ କରିଥିଲେ । ତେବେ ସେହି ମହିଳା ଜଣକ ନିଜକୁ ଲାଲବେଗଙ୍କୁ ସମର୍ପଣ ନ କରି ଆତ୍ମହତ୍ୟା କରିବେ ବୋଲି କହିଲେ । ପରେ ତାଙ୍କୁ ଲାଲାବେଗ ନିଜର ସ୍ତ୍ରୀ ରୂପେ ଗ୍ରହଣ କଲେ । କିନ୍ତୁ ମହିଳାଙ୍କ କିଛି ସର୍ତ୍ତ ରହିଛିଲା ଯେପରି ସେ କହିଥିଲେ ଯେ କୌଣସି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ନ କରିବା ସହ ତାଙ୍କୁ ମୁସଲମାନଙ୍କର କୌଣସି ଧର୍ମ ମାନିବାକୁ ବାଧ୍ୟ କରିବେ ନାହିଁ ।

ତେଣୁ ଲାଲବେଗ ପୁରୀ ମନ୍ଦିର ଉପରେ ଆକ୍ରମଣ ନକରି ଦାଣ୍ଡମୁକୁନ୍ଦପୁରଠାରୁ ହିଁ ଫେରିଯାଇଥିଲେ । କିଛିଦିନ ପରେ ତାଙ୍କ ଏକ ପୁତ୍ର ସନ୍ତାନ ଜାତ ହେଲେ ଯା’ର ନାଁ ସାଲବେଗ ପରେ ତାଙ୍କ ପୁତ୍ର ଧିରେ ଧିରେ ବଡହେଲା । ଥରେ ସାଲବେଗ ଏକ ଯୁଦ୍ଧ ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବରେ ଆହତ ହୋଇଥିଲେ । ଅତ୍ୟନ୍ତ କଷ୍ଟ ହେବା କାରଣରୁ ସେ ତାଙ୍କ ମାକୁ ଡାକି କହିଥିଲେ “ମା ମତେ ବଞ୍ଚିବା ଲାଗି କିଛି ଉପାୟ କୁହ । ନଚେତ୍ ମୁଁ ଆତ୍ମହତ୍ୟା କରିଦେବି । ଏହା ଶୁଣିଲା ପରେ ମା ଇଶ୍ୱର ବିଶ୍ୱସୀ ହୁଅ । ସବୁ ଠିକ୍ ହେବ ବୋଲି କହିଥିଲେ । ଏହା ପରେ ହିନ୍ଦୁ ଦେବା ଦେବୀଙ୍କ ଲାଗି ତାଙ୍କ ମନରେ ଭକ୍ତି ଆସିଲା । ଏହା ପରେ ମଧ୍ୟ ତାଙ୍କର ଦେହ ଭଲ ହେଲା ନାହିଁ ପରେ ମାଙ୍କ ଉପଦେଶ ପାଳନ କରି ବୃନ୍ଦାବନଠାରେ କୃଷ୍ଣଙ୍କ ନାମ ଜରକରିଥିଲେ । ପରେ ସେଠାରେ ତାଙ୍କ ଦେହ ଭଲ ହୋଇଯାଇଥିଲା । ଏହା ପରେ ସାଲବେଗ ଓ ତାଙ୍କ ମା ପୁରୀ ଆସିଥିଲେ ।

କିନ୍ତୁ ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯାଇନଥିଲା । ତେଣୁ ସାଲବେଗ ନିଜ କବିତାରେ ଲେଖିଛନ୍ତି “ପିତା ମୋ ମୋଗଲ, ମାତା ମୋ ବ୍ରାହ୍ଣଣୀ । ଏ କେଉଁ କୂଳେ ଜନ୍ମିଲି ହିନ୍ଦୁ ନ ଛୁଏଁ ମୋ ପାଣି” । ପ୍ରବଳ ଇଚ୍ଛା ଥିଲେ ମଧ୍ୟ ପ୍ରଭୁ ଜଗନ୍ନଥଙ୍କ ଦର୍ଶନ ପାଇ ପାରିନଥିଲେ । ୧୬୨୨ ରୁ ୧୬୪୭ ମଧ୍ୟରେ ସାଲବେଗ ଭଜନ ଓ ଜଣାଣ ଗାଉଥିଲେ । ନାଗା ସନ୍ନ୍ୟାସୀମାନେ ମୋଗଲଙ୍କ ପୁରୀ ଆକ୍ରମଣ ସମୟରେ ଶ୍ରୀ ମନ୍ଦିର ସୁରକ୍ଷା ନିମନ୍ତେ ନିଜ ପ୍ରାଣହୂତି ଦେଇଥିଲେ । ସେବାୟତମାନେ ଏହି ସମୟରେ ଠାକୁରମାନଙ୍କୁ ପିପିଲିକୁ ନେଇ ଯାଇଥିଲେ । ଲାଲବେଗଙ୍କ ବଙ୍ଗ ଯୁଦ୍ଧ ସମୟରେ କଲିକତାଠାରେ ମୃତ୍ୟୁ ହୋଇଥିଲା । ଏହା ପରେ ସାଲବେଗ ଓ ତାଙ୍କ ମାଙ୍କୁ ଲାଲାବେଗଙ୍କ ଘର ଲୋକ ବିଦା କରିଦେବା ଫଳରେ ସେମାନେ ଦକ୍ଷିଣ ଆଡେ ପଳାଇଥିଲେ । ଏହା ପର ବର୍ଷ ସାଲବେଗ ରଥଯାତ୍ରା ସମୟରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ତେଣୁ କିମ୍ବଦନ୍ତୀରୁ ଜଣାପଡେ ଯେ ସାଲବେଗଙ୍କୁ ଅପେକ୍ଷା କରି ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ ଦାଣ୍ଡରେ ଅଟକି ରହିଥିଲା ଓ ସାଲବେଗ ପହଞ୍ଚି ଦର୍ଶନ କଲାପରେ ରଥ ଗଡି ଚାଲିଲା । ତାଙ୍କ ମୃତ୍ୟୁପରେ ବଳଗଣ୍ଡିଠାରେ ଏକ ସ୍ମୃତିପୀଠ ସ୍ଥାପନ କରାଯାଇଛି ।

ମନ୍ଦିର ଭିତରକୁ ନଗଲେ ମଧ୍ୟ ବାହାରେ ଥାଇ ପ୍ରଭୁଙ୍କପ୍ରତି ଭଲପାଇବା କାରଣରୁ ଜଗନ୍ନାଥ ନିଜେ ଦର୍ଶନ ଦେବା ଲାଗି ଅଟକି ରହିଥିଲା । ସାଲବେଗଙ୍କ ଭଜନ ଏବେ ବି ଲୋକମାନଙ୍କ ପାଖରେ ବଳବତ୍ତର ରହିଛି । ଓଡିଶାର ବିଶେଷ ଗାୟକ ଭିକାରୀ ବଳ ମଧ୍ୟ ସାଲବେଗଙ୍କ ଅନେକ ଭଜନ ଗାଇଛନ୍ତି । ତାଙ୍କ ଭଜନରେ ପୁରୀର ମନ୍ଦିର ଉପରେ ସମସ୍ତ ଆକ୍ରମଣ ଠାରୁ ଆରମ୍ଭ କରି ବେଢାରେ ହେଉଥିବା ସମସ୍ତ ରୀତିନୀତି ଉପରେ ପର୍ଯ୍ୟବ୍ୟଷିିତ ।