ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା: ଦ୍ବିତୀୟ ଭୂଇଁ କାମ ଆରମ୍ଭ ପୂର୍ବରୁ ସଂପନ୍ନ ହେବ ଚଉଦ ନାହାକା, ଖଦିଓରା

59

କନକ ବ୍ୟୁରୋ: ତିନି ରଥରେ ପ୍ରଥମ ଭୂଇଁ ଲାଗିବା ପରେ ଗତକାଲି ବିଶ୍ବକର୍ମାମାନେ ଦ୍ବିତୀୟ ଭୂଇଁ କାମ ଆରମ୍ଭ କରିଛନ୍ତି। ଭୋଇ ସେବକମାନେ ତିନି ରଥ ପାଇଁ ଆବଶ୍ୟକ କାଠ ଯୋଗାଇ ଦେବା ପରେ ମହାରଣା ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। ଦ୍ବିତୀୟ ଭୂଇଁ ସଂଯୋଗ ପୂର୍ବରୁ ଚଉଦ ନାହାକା, ଖଦିଓରା ଆଦି କାମ ସଂପନ୍ନ ହେବ। ଏହି କାମ ସରିବା ପରେ ଦ୍ବିତୀୟ ଭୂଇଁ ତିନି ରଥରେ ସଂଯୋଗ ହେବ।

ସେପଟେ ରୂପକାର ସେବକମାନେ ବିଭିନ୍ନ କାମକୁ ଆଗେଇ ନେଇଛନ୍ତି। ତିନି ରଥରେ ଲାଗିଥିବା କୋଣଗୁଜରେ ଗତକାଲିଠାରୁ ରଙ୍ଗକାମ ଆରମ୍ଭ ହୋଇଛି। ଚିତ୍ରକର ସେବକମାନେ ଏଥିରେ ରଙ୍ଗ ଦେବା କାମ ଆରମ୍ଭ କରିଛନ୍ତି। ପାର୍ଶ୍ବ ଦେବାଦେବୀ ରଙ୍ଗ କାମ ସରିବା ପରେ ପର୍ଯ୍ୟାୟକ୍ରମେ ଅନ୍ୟ କାମକୁ ଆଗେଇ ନେଇଛନ୍ତି ଚିତ୍ରକର ସେବକ। ଦୋଳବେଦୀ କମାରଶାଳରେ ଓଝା ସେବକମାନେ କଣ୍ଟା କାମକୁ ତ୍ବରାନ୍ବିତ କରିଛନ୍ତି।