ରଥର ମହାତ୍ମ୍ୟ ! ଜାଣନ୍ତୁ ତିନି ରଥର ବିଶେଷତ୍ୱ

2,239

ଶ୍ରୀ ବଳଭଦ୍ରଙ୍କ ରଥ : ତାଳଧ୍ୱଜ

ରଥର ଅନ୍ୟ ନାମ- ଲଙ୍ଗଳଧ୍ୱଜ ବା ହଳଧ୍ୱଜ

ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୩୧

ରଥର ଉଚ୍ଚତା- ୪୫ ଫୁଟ (ପୂର୍ବ ଉଚ୍ଚତା-୨୨ ହାତ)

ରଥ ଚକର ସଂଖ୍ୟା-୧୪

ରଥର ଆବାରଣ-ରକ୍ତ ଓ ନୀଳବର୍ଣ୍ଣ

ରଥର ଅଧିଶ୍ୱର ଦେବତା- ଶ୍ରୀ ବଳଭଦ୍ର, ଚଳନ୍ତି ପ୍ରତିମା ରାମ ଓ କୃଷ୍ଣ

ରଥର ଆୟୁଧ-ହଳ ଓ ମୂଷଳ

ସାରଥୀର ନାମ- ମାତଳୀ

ରଥ ରକ୍ଷକ- ବାସୁଦେବ ଓ ଭାସ୍କର

ରଥ ଦଉଡିର ନାମ- ବାସୁକୀ

ରଥ ଦେବୀ- ଜୟଦୁର୍ଗା

ରଥ ଭୈରବ- କ୍ଷେତ୍ରପାଳ

ରଥ ଶିରରେ- ଅନନ୍ତ ନାଗ

ରଥର ଅଶ୍ୱ- ୪(ଶଂଖ, ସୁଚିତ୍ର, ଅଙ୍ଗଦ,ମେଘନାଦ)

ରଥ ଗନ୍ଧର୍ବ- ହୁ, ହୁ

ରଥ ନେତର ନାମ- ଉନ୍ମନି

ରଥର ଦ୍ୱାରପାଳ-ନନ୍ଦ ଓ ସୁନନ୍ଦ

ରଥର ଋଷି ପଟାରେ- ଅଙ୍ଗିରା,ପୌଲସ୍ତ୍ୟ, ପୁଲହ, ଅଗସ୍ତି, କୃଷ୍ଣ, ମୁଦଗଲ, ଆତ୍ରେୟ ଓ କାଶ୍ୟପ

ରଥ ଦଧିନଉତିର ନାମ- ଭୁବନ କୋଷ

ରଥ ମୁର୍ଦ୍ଧାରେ-କେତୁ ଭଦ୍ରା

ରଥର ଚର ଦେବତା- ବ୍ରହ୍ମା ଓ ଶିବ

ରଥ ଚାରଣ- ମହାସିଦ୍ଧ ଓ ଉଲେମା

ରଥର ଗର୍ଭାଧ୍ୱୀଶ୍ୱରୀ ଅଷ୍ଟ ଶକ୍ତି- ତୁଙ୍ଗୀ, ଚୁଙ୍ଗ ଭାଦ୍ରା,ପ୍ରଭା , ସୁପ୍ରଭା, ଧାତ୍ରୀ, ବିଧାତ୍ରୀ, ନନ୍ଦା, ସୁନନ୍ଦା

ରଥର ଭଦ୍ରପୀଠ- ଅଷ୍ଟଦଳ ପଦ୍ମ

ରଥର ଶୂନ୍ୟ ଚକ୍ରର ନାମ-କାଳ ସଂହାର

ଦଧିନଉତି ଉପରିସ୍ଥ କଳସତ୍ରୟ- ଚନ୍ଦ୍ର, ସୂର୍ଯ୍ୟ ଓ ବିଦ୍ୟୁତ

ଋଥ ରତ୍ନ- ମର୍କତ

ଋଥ ଶୁକ ଯୁଗଳ (ଶୁଆ) ନାମ-ଶ୍ରଦ୍ଧା ଓ ବିଶ୍ୱାସ

ରଥ ପୀଠ- ମେରୁ କୈଳାସ

ରଥରେ ବ୍ୟବହୃତ ଚନ୍ଦ୍ରତାପ- କନକ ମେଖଳା

ରଥାଧୀପ- ବୃହତ ନାସ

ସଂପୂର୍ଣ୍ଣ ଶିଳ୍ପ ଶାସ୍ତ୍ରାନୁପଦ୍ଧତିରେ ଗଠିତ ଏହି ରଥ ଦର୍ଶନରେ ସର୍ବ ବିଘ୍ନନାଶ ଘଟେ ବୋଲି ବିଶ୍ୱାସ କରାଯାଏ ।

ଦେବୀ ସୁଭଦ୍ରାଙ୍କ ରଥ: ଦେବଦଳନ

 

ରଥର ଅନ୍ୟ ନାମ- ଦର୍ପଦଳନ , ଏବଂ ପଦ୍ମଧ୍ୱଜ (କମଳ ଧ୍ୱଜ)

ରଥର ଉଚ୍ଚତା-୪୪ଫୁଟ୬ ଇଂଚ (ପୂର୍ବ ଉଚ୍ଚତା ୨୧ ହାତ)

ରଥାଧିପ- ଜୟଦୁର୍ଗା

ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୧୧ ଖଣ୍ଡ

ରଥ ଚକର ସଂଖ୍ୟା-୧୨

ରଥ ଧ୍ୱଜାରେ- ତ୍ରିପୁର ସୁନ୍ଦରୀ

ରଥର ଆବାରଣ-କୃଷ୍ଣ ଓ ଲୋହିତ ବର୍ଣ୍ଣ

ରଥର ଆୟୁଧ-ପଦ୍ମ କହ୍ନାର

ସାରଥୀର ନାମ- ଅର୍ଜୁନ

ରଥ ପୀଠର ନାମ- କାମ୍ପଲ୍ୟ

ରଥ ଅଶ୍ୱର ବର୍ଣ୍ଣ-ରକ୍ତ ବର୍ଣ୍ଣା (ନାଲି)

ରଥ ରକ୍ଷୟତ୍ରୀ- ଉଗ୍ରଚଣ୍ଡି

ରଥ ଋଷି- ଯାଜ୍ଞ ବଳକ୍ୟ

ରଥ ମୁଖ ବା ମୁର୍ଦ୍ଧାରେ- ବ୍ରହ୍ମବର୍ତ୍ତା

ରଥାଧିଶ୍ୱରୀ- ଜୟଦୁର୍ଗା

ରଥ ଅଧିଶ୍ୱର ଦେବତା- ଶ୍ରୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ

ରଥ ଦେବୀ- ଶ୍ରୀ ଓ ଭୂ

ରଥ ଯକ୍ଷ- କିଂଜ୍ୱଳିକା

ଭୈରବ- କ୍ଷେତ୍ରପାଳ

ରଥ ଶିରରେ- ଅନନ୍ତ ନାଗ

ରଥର ଅଶ୍ୱ- ୪(ରୋଚିକା, ମୋଚିକା, ଜିତା ଅପରାଜିତା)

ରଥ ଗନ୍ଧର୍ବ- ହା, ହା

ରଥ କୁମ୍ଭ- ଅମୃତ, ଜୀବା, କାୟା

ରଥର ଦ୍ୱାରପାଳ-ଗଙ୍ଗା ଓ ଯମୁନା

ରଥର ଋଷି ପଟାରେ- ଭୃଗୁ, ସୁପ୍ରଭା ବଜ୍ର, ଶୃଙ୍ଗୀ,ଧ୍ରୃବ, ଉଲ୍ଲୁକ ଓ ପ୍ରବର୍ତ୍ତକ ଋଷି ମଣ୍ଡଳ

ରଥ ଦଧିନଉତିର ନାମ- ହିରଣ୍ମୟୀ

ରଥର ଗର୍ଭାଧ୍ୱୀଶ୍ୱରୀ ଶକ୍ତି- ଶକ୍ତିସପ୍ତା, ଜୟା, ବିଜୟା, ଘୋଡରା, ଅଘୋରା, ସୂକ୍ଷ୍ମା ଓ ଜ୍ଞାନା

ରଥର ଯୁଗଳ ଶୁକର ନାମ- ସୁପର୍ଣ୍ଣ ଓ ଦ୍ୱାସୁପର୍ଣ୍ଣ

ରଥ ରତ୍ନ- ମାଣିକ୍ୟ

ରଥ ଚଳ୍ରର ନାମ-ଦିପ୍ତ

ଚକ୍ର ଉପରିସ୍ଥ ନେତର ନାମ- ନାଦାମ୍ବିକା

ରଥକାର- କାଳନେମୀ

କଳସ ଉପରେ ଥିବା ଶୂନ୍ୟ ଚକ୍ର-ଦୀପ୍ତ(ସୁଦର୍ଶନ)

ରଥ ଶକ୍ତି- ଚନ୍ଦ୍ର ଘଂଟା

ଦଧି ନଉତି ଉପରିସ୍ଥ କଳସତ୍ରୟର ନାମ- ପରା , ଅପରା ଓ ବୈଖାରୀ

ରଥରେ ବ୍ୟବହୃତ ଚନ୍ଦ୍ରତାପର ନାମ- ବୀର ଘଂଟା

ରଥ ଦଉଡିର ନାମ- ସ୍ୱର୍ଣ୍ଣଚୂତ ନାମକ ନାଗ

ରଥ ଚାମର ସେବା –ସୁମେଧା ଦେବୀ

ରଥପାଳ- ହରିହର

ପଦ୍ମଧ୍ୱଜ ରଥ ଦର୍ଶନରେ ମନୁଷ୍ୟର ଦର୍ପନାଶ ପୂର୍ବକ ସମସ୍ତ ରୋଗ ସନ୍ତାପ ନାଶ ହୋଇଥାଏ ।

ଜଗନ୍ନାଥଙ୍କ ରଥ: ନନ୍ଦିଘୋଷ

ରଥର ଅନ୍ୟ ନାମ- ଚକ୍ରଧ୍ୱଜ ବା ଗରୁଡ ଧ୍ୱଜ

ରଥର ଉଚ୍ଚତା- ୪୫ ଫୁଟ୍ ୬ ଇଂଚ

ରଥାଧୀପ- ବୈନତେୟ

ରଥର ରକ୍ଷକ- ଇନ୍ଦ୍ର

ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୪୨ ଖଣ୍ଡ

ରଥ ଚକର ସଂଖ୍ୟା-ଷୋଡଶ ସିଦ୍ଧି ଅନୁପାତରେ ୧୬

ରଥ ଧ୍ୱଜାରେ- ହନୁମାନ

ରଥର ଆବାରଣ-ପୀତ ଓ ଲୋହିତ (ହଳଦିଆ ଓ ନାଲି କନା)

ରଥର ଆୟୁଧ-ଶଂଖ ଓ ଚକ୍ର

ରଥର ଅଶ୍ୱ ସଂଖ୍ୟା- ୪( ଏମାନଙ୍କ ବର୍ଣ୍ଣ ଶୁକ୍ଳ ବା ଧଳା)

ରଥ ଅଶ୍ୱନାମ- ଶଂଖ, ବଳାହକ, ଶ୍ୱେତ, ହରିଦ୍ୱାଶ

ରଥର ସାରଥି-ଦାରୁକ

ରଥାଧିଶ୍ୱର- ଶ୍ରୀ ଜଗନ୍ନାଥ ଓ ଶ୍ରୀ ମଦନମୋହନ

ଚାରଣ- ନଳ ଓ କୁବେର

ଋଥ ମୁର୍ଦ୍ଧାରେ- ଗରୁଡ

ରଥ ପୀଠର ନାମ- କନକ ମଂଚା

ରଥ ଋଷି ପଟାରେ-ନାରଦ, ଦେବଳ, ବ୍ୟାସ, ଶୁକ ଦେବ, ପରାଶର, ବଶିଷ୍ଠ, ବିଶ୍ୱାମିତ୍ର ଓ ରୁଦ୍ର

ରଥ ଦେବତା- ନୃସିଂହ

ରଥ କୁମ୍ଭ- ହିରଣ୍ମୟ

ରଥର ଦ୍ୱାରପାଳ-ଜୟ ଓ ବିଜୟ

ରଥରେ ବ୍ୟବହୃତ ଚନ୍ଦ୍ରତାପର ନାମ- କନକ ମୁଣ୍ଡାଇ

ରଥପାଳ- ଭୈରବ, ନରସିଂହ

ରଥାଧିଦୈଇଚ୍ଛ- ଶିବ ଓ ବିରଂଚି

ରଥାଦ୍ଧାର- ଭୈରବୀ

ରଥ ଅପସରା- ପୁଲୋମୋଚା, ଉର୍ବଶୀ

ଦଧି ନଉତି- ହରିଣ୍ୟଗର୍ଭ

ଋଥ ଶୁକ ଯୁଗଳର ନାମ- ଜୀବ ଓ ପରମ

ଦଧିନଉତି ଉପରିସ୍ଥ କଳସ ତ୍ରୟର ନାମ- ନଭ, ଆକାଶ ଓ ବ୍ୟୋମ

କଳସ ଉପରେ ଥିବା ଶୂନ୍ୟ ଚଳ୍ରର ନାମ- ସୁଦର୍ଶନ

ନେତର ନାମ-ତ୍ରୈଲୋକ୍ୟମୋହିନୀ

ରଥକାର- ବିଶ୍ୱକର୍ମା

ରଥ ରତ୍ନ- ସ୍ପଙ୍କିକ

ରଥ ଚକମାନଙ୍କର ନାମ-ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧି, ଜ୍ଞାନ, ପ୍ରେମ, ଆଶକ୍ତ, ରତି କେଳି, ସତ୍ୟ ସୁଷ୍ୱସ୍ତି, ଜାଗୃତି, ତୁରୀୟ, ଆମ, ନିର୍ବାଣ

ରଥଦ୍ଧାର ଭୈରବୀ ଓ ରକ୍ଷକ- ଇନ୍ଦ୍ର ଓ ଇନ୍ଦ୍ରାଣୀ

ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ, ନନ୍ଦିଘାଷ ରଥ ଦର୍ଶନରେ ସାଯୁର୍ଯ୍ୟ ମୁକ୍ତି ମିଳେ ।