ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା : ପଢନ୍ତୁ ରଥଯାତ୍ରାର ସେହି ତିନୋଟି ହୃଦୟ ସ୍ପନ୍ଦିତ ଘଟଣା ସଂପର୍କରେ……

125

ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିଲେ ବି ସେ ଉତ୍ସବରେ ତିନିଗୋଟି ଦୃଶ୍ୟ କାହିଁକି କେଜାଣି ଚରମ ଚମକ, ଭକ୍ତି ଭାବର ପ୍ଲାବନ ଓ ଆନମ୍ଦ ମାଧୂର୍ଯ୍ୟରେ ହୃଦୟରେ ପରିପୂର୍ଣ୍ଣ ହୋଇରହି ଥାଏ, ତାହାର କାରଣ ବିଶ୍ଲେଷଣ ସହଜ ହୋଇପାରେ ନାହିଁ । ଗୋଟିଏ ଅଲୌକିକ, ଐନ୍ଦ୍ରଜାଲିକ ସ୍ୱପ୍ନବିଭୋର ଭାବ ମଣ୍ଡଳୀର ହୃଦୟ ଅଧିକାର କରେ ଏବଂ ସେମାନେ ଅଶ୍ରୁ, ହାସ୍ୟ, କମ୍ପନ ଓ ଶୀତକାର ଭିତରେ ଏହି ପରମ ଅପାର୍ଥିବ ଦୃଶ୍ୟଗୁଡିକ ଅବଲୋକନ କରି ଆତ୍ମହରା ହୋଇଯାଆନ୍ତି ।

ଦୃଶ୍ୟ ଗୁଡିକ ହେଲା:

ଏକ: ପ୍ରଭୁଙ୍କ ପହଣ୍ଡି ବିଜେ

ଦୁଇ:ଗଜପତିଙ୍କ ଛେରା ପହଁରା

ଏବଂ ତିନି: ସେହି ପାର୍ଥିବ ମୁହୂର୍ତ୍ତ ଯେଉଁ ମୁହୂର୍ତତ୍ତରେ ବିଶେଷ ଭାବରେ ନନ୍ଦିଘୋଷ ରଥଚକ୍ର ଘର୍ଘର ଘୋଷରେ ପ୍ରଥମ ଘୂର୍ଣ୍ଣନ ଆରମ୍ଭ କରେ ।

ପହଣ୍ଡିବିଜେ:ଦାରୁ ଦେବମୂର୍ତ୍ତି ଗଠନର ସ୍ୱାତନ୍ତ୍ର୍ୟ ରହିଛି । ଶ୍ରୀକୃଷ୍ଣ, ଶ୍ରୀରାମଚନ୍ଦ୍ର, ବୁଦ୍ଧଦେବ ପ୍ରଭୁତି ସାକାର ରୂପରେ ଯେଉଁ ଲାବଣ୍ୟ ଓ ଆକୃିତର ସୌଷ୍ଠବତା ବିଦ୍ୟମାନ ତାହା ଚତୁର୍ଧାମୂର୍ତ୍ତି ନାହିଁ । ଏ ଅଭିନବ ନିର୍ମାଣ କଳ୍ପନାରେ ଦାରୁର ବ୍ୟବହାର ଏବଂ ସେ ଦାରୁ ପ୍ଲବମାନ ସମୁଦ୍ର ବକ୍ଷରେ । ନିଜେ ଭଗବାନଙ୍କ ନିର୍ଦ୍ଦେଶ ଇନ୍ଦ୍ରଦ୍ୟୁମ୍ନଙ୍କୁ ଯେ ସେ ସ୍ୱୟଂ ବୃଦ୍ଧାବର୍ଧକୀ ରୂପେ ମୂର୍ତ୍ତି ନିର୍ମାଣ କରିବେ । ରୁଦ୍ଧ ପ୍ରକୋଷ୍ଠରେ ନିର୍ମାଣ କାର୍ଯ୍ୟ ଚାଲିଲା । ବର୍ଧକୀ ନିମିତ୍ତ ମାତ୍ର । ସ୍ୱୟଂ ସ୍ରଷ୍ଟା ସୃଷ୍ଟିକରେ ସ୍ୱୀୟ ରୂପରେଖ । ସମୟ ଅତିକ୍ରାନ୍ତ ହେବା ପରେ , ରାଜା ଦ୍ୱାର ମୁକୁଳାଇ ଦେଖିଲେ ସେ ସ୍ୱପ୍ନରେ ଯେଉଁ ମୂର୍ତ୍ତି ଦେଖିଥିଲେ ତାହାହିଁ ଭଗବାନଙ୍କର ଏ ରୂପବୈଭବ । ଏଥିରେ ପାଣି ପାଦ ନାହିଁ, କର୍ଣ୍ଣ ନାସିକା ଦାରୁ ଅଭ୍ୟନ୍ତର ଗତ । ଲୋଚନ ଯୁଗଳର ସୁସ୍ପଷ୍ଟ ଅଭିବ୍ୟକ୍ତି ନାହିଁ । ଅଥଚ ରୂପର ବିମୋହନତା ସାମାଗ୍ରୀକ ଭାବରେ ରହିଛି, ଯାହାର ବିସ୍ତାର , ବ୍ୟାପକତା ଓ ଗଭୀର ଚେତନା ବିଶ୍ୱବୋଧରେ ସଂଯୁକ୍ତ । ଚକ୍ଷୁର ବଳୟ ଓ ସୀମା ପ୍ରାଣୀ ମାତ୍ରକ ଚେତନାକୁ ଆଚ୍ଚନ୍ନ କରି ବ୍ରହ୍ମାଣ୍ଡର ଅନନ୍ତ ପରିସରକୁ ସ୍ପର୍ଶ କରୁଛି । କୋଟି ଦେବତାର ଉର୍ଧରେ ଜାଙ୍ଗଳ ଦାରୁ ବିଗ୍ରହ ଜଗନ୍ନାଥ , ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ନାମ ବାହିତ ହୋଇ ଅଧିଷ୍ଠିତ ନୀଳକନ୍ଦରରେ ।

ପାଦହୀନ ବିଗ୍ରହକୁ ରଥାରୁଢ କରିବା ପ୍ରକିରିୟା ଅନନ୍ୟ-ସାଧାରଣ । ଦେବତାର ଗଳ ଦେଶରେ ରଜ୍ଜୁ,କଟୀରେ ରଜ୍ଜୁ, ମସ୍ତକ ଉପରି ଭାଗରେ ବିଲମ୍ବିତ ରଜ୍ଜକୁ ଦୁଇ ପାଶ୍ୱର୍ରେ ବେଣୀ ସଦୃଶ ଲମ୍ବି ଯାଇଛି ଓ ସେବକମାନେ ତାହାକୁ ଧରି ଯଥେଚ୍ଛା ଆକର୍ଷଣ ବିକର୍ଷଣରେ ନଚାଇ ନଚାଇ , ଭର୍ତ୍ସନା କରି, ଠେଲାଠେଲି ବ୍ୟବହାରରେ ଗୋଟାଏ ଅଧମ ଜୀବକୁ କଦର୍ଥନା ଦେବାଭଳି ରୀତିରେ, ସମ୍ମାନହୀନ ତୁକାର ଭାଷାରେ ଟାଣୁଛନ୍ତି ବାଇଶ ପାହାଚ ଉପରେ ରତ୍ନବେଦୀ ଆଡୁ । ଅସହାୟ, ଅନନ୍ୟୋପାୟ ଦେବତାଗଣ କେତେବେଳେ ଝାଉଁଳି ଯାଉଛନ୍ତି ତ କେତେବେଳେ ବିଶ୍ରାମ ନେଉଛନ୍ତି ଟିକିଏ ଅନୁମତି ମାଗିନେଇ ଅଚି ଦୟନୀୟ ଭାବରେ ଶିର ଉପରେ ପୁଷ୍ପପତ୍ର ଖଚିତ ଟାହିୟାର ଦୋକାନ; ସତେ ଏ ଦୋଳନ ଅପାର୍ଥିବ ।

ବିଗ୍ରହ ବଡଦାଣ୍ଡ ଉପରେ । ଧୂଳି ଧୂସରିତ ଅବସ୍ଥା, ବନକ ଶୁଖିଗଲାଣି । ସ୍ୱଫ୍ଲ ବାସ ବି ବିପର୍ଯ୍ୟସ୍ତ । ସମସ୍ତଙ୍କର ରୋମାଂଚ ଆଲିଙ୍ଗନରେ ପ୍ରଭୁ ନିଜେ ରୋମାଂଚିତ ହୋଇ ରଥକୁ ଲକ୍ଷ୍ୟ ରଖି, ଲକ୍ଷ୍ମୀଙ୍କୁ କନ୍ଦାଇ ଆସି ଅଲକ୍ଷ୍ୟରେ ନିଜ ଚକ୍ଷୁଧାରରେ କଜ୍ଜଳ ବୁହାଇ ଶ୍ରୀହୀନ ଭାବରେ ଯେତେବେଳେ ରଥର ପ୍ରଥମ ଧାପରେ ଚଢିଲେ;ପହଣ୍ଡି ବିଜେର ଶେଷପର୍ବ ଆସିଗଲା ।

ଏଣି ଉତ୍ତରଣ :ଜୀବକୂଳକୁ ଉ଼ିରଣ । ବାମନ ମୂର୍ତ୍ତିରେ ସିଂହାସନରେ ବସିବା ମାତ୍ରେ ଅଜସ୍ର ଭକ୍ତକଣ୍ଠରୁ ଜୟ –ଜଗନ୍ନାଥ ଧୂନିର ପ୍ରବାହ ! ପହଣ୍ଡି ବିଜେ ଶେଷ ହେଲା; ଛେରାପହଁରା ପର୍ବ ଆରମ୍ଭ ।

ଛେରା ପହଁରା : ଏ ଶଦ୍ଦଟା କେମିତି କେଉଁଠୁ ଆସିଲା, ସଂସ୍କୃତ କି ଦ୍ରାବିଡ କି ଶବର କଅଣ? ଛେରା ଶଦ୍ଦ ଭିତରେ ସ୍ୱଚ୍ଛତା ଅଛି କି ? ପରିଷ୍କାର ଅର୍ଥରେ ଏ ସଂପର୍କୀୟ ଉତ୍ସବଟିକୁ ଆମ ମନ ମୁତାବକ ଗଢି ନିଅନ୍ତୁ ।

ସଂସ୍କୃତିରୁ ଏହା ଉତ୍ପନ୍ନ କହିଲେ ସ୍ୱଚ୍ଚ ଆସିବ ବା ସିକ୍ତ ବହୁକାର ଆସିବ । ସିକ୍ତ ତ ଓଦା ବା ଛିଂଚା ପାଣିରେ ଛିଂଚା ଗଲେ ସ୍ଥାନଟା ସିକ୍ତ ହେଲା । ବହୁକାର ତ ଓଳେଇବା । ଓଡିଆ ସାହିତ୍ୟରେ ଯେ କୌଣସିଠାରେ ଛେରା ପହଁରା ଲଗାଇଲେ ଚଳିବ ନାଇଁ , ଯେମିତି ପଙଳରୁ ଯେତେକ ପଦାର୍ଥ ର ଜନ୍ମ ସବୁ ପଦ୍ମ ନୁହଁନ୍ତି ।

ତେବେ ଜଣାଗଲା ଏହି ରଥ ଯାତ୍ରା ସମ୍ବନ୍ଧରେ ବିଶିଷ୍ଟ ଉତ୍ସବରେ ଛେରା ପହଁରା ପ୍ରତିଳିତ । ଏଠାରୁ ଟାଣି ନେଇ ତରଳତା ଅର୍ଥ ରହିଛି । ତେଣୁ ତରଳ ଭାବରେ ଦେଖିଲେ, ଛେରା ଅର୍ଥ ଏଠାରୁ ଖୁବ ବହଳିଆ ଘୋର ଚନ୍ଦନ ।

ରାଜା କାହିଁକି ଚାଣ୍ଡାଳ ହେଲେ ? ସନାତନ ଧର୍ମରେ ସମନ୍ୱୟ ସାଧନା ଏହାର ଏକ ଶ୍ରେଷ୍ଠ ବିକାଶ ଷ ଦେବତାର ସେବାକର୍ମରେ ରାଜା ଚାଣ୍ଡାଳର ଭେଦ ନାହିଁ । ବଡଦାଣ୍ଡ ଉପରେ ସମାରୋହ ଥିଲେ ବି ସର୍ବେ ଏକ ମଣିଷ ସଂଜ୍ଞାରେ ପତିତପାବନ ମୂର୍ତ୍ତି ସମକ୍ଷରେ ଉଦଭାସିତ । ଯାହା କିଛି ମାନବ ମନକୁ ବିଚଳିତ କରେ, ନ୍ୟୁନକରେ ସଂକୀର୍ଣ୍ଣ କରେ ସେ ସମସ୍ତ ଏଠାରେ ତିରୋହିତ ।

ପ୍ରଥମେ ଶ୍ରୀବିଗ୍ରହ ନିକଟରେ ପ୍ରଣାମ । ସେ ବିଗ୍ରହ ବଳଦେବ । ଗରାବଡଠାରୁ ହାତୁଆଣି ନେଇ ପୁଷ୍ପାଂଜଳୀ ଦେଲେ । ଆରମ୍ଭ ହେଲା “ତତୋ ରାଜନ ଭବାନ୍ ଭକ୍ତ୍ୟା ରଥାନଂ ମାର୍ଜନଂ ଚରେତ୍” । ସ୍ୱର୍ଣ୍ଣ କର୍ପୂର ରେ ଆଳତି; ମେକାପଙ୍କଠାରୁ ଶ୍ରବଣ କରି । ତାପରେ ସ୍ୱର୍ଣ୍ଣ ଚାମରରେ ଆଲଟ । ସଂସ୍କାର କରି ରାଜଗୁରୁ ବଢାଇ ଦିଅନ୍ତି ସ୍ୱର୍ମ୍ଣ ସମାର୍ଜନୀ । ଭଣ୍ଡାର ମେକାପ ବାଟ ଦେଖାନ୍ତି, ଧବଳ ପୁଷ୍ପ ପକାଇ ପକାଇ । ଗଜପତି ରଥ ଚାରିପାଖେ ସ୍ୱର୍ଣ୍ଣମାର୍ଜନୀ ଧରି ମାର୍ଜନା କରିବା ବେଳେ, ତାଙ୍କର ସୌମ୍ୟ ସୁଦର୍ଶନ ଶରୀର , ମସ୍ତକରେ ଶିରସ୍ତ୍ରାଣ, ଦେହରେ ଶ୍ୱେତ ଚପକନ, ତହିଁ ଉପରେ ରକ୍ତ ଉତ୍ତରୀୟ, ଉନ୍ନତ ରାଜକୀୟ ବିଭୁତିମୟ ସେ ମସ୍ତ ଯେତେବେଳେ ଅବନତ ହୋଇଯାଇ ନମ୍ର କମ୍ର ଭାବାବେଶରେ ଚାଣ୍ଡାଳର ପୃଣ୍ୟ କର୍ମ ଅଥଚ ବ୍ରହ୍ମାଣ୍ଡର ସର୍ବଶ୍ରେଷ୍ଠ ପୂର୍ଣ୍ୟ କର୍ମ ସଂପାଦିତ ହୋଇଥାଏ ।