ଜଷ୍ଟିସ ବି.ପି. ଦାସଙ୍କ ନିକଟରେ ପହଁଚିଲା ଚଳିତବର୍ଷ ରଥଯାତ୍ରାର ସିସିଟିଭି ଫୁଟେଜ୍ : ଭିଡିଓ ଫୁଟେଜକୁ ଯାଂଚ କରିବେ ଶ୍ରୀମନ୍ଦିର ସଂସ୍କାର କମିଶନ୍

341

କନକ ବ୍ୟୁରୋ : ରଥଯାତ୍ରାର ଭିଡିଓ ଫୁଟେଜକୁ ଯାଂଚ କରିବେ ଶ୍ରୀମନ୍ଦିର ସଂସ୍କାର କମିଶନ୍ । ଜଷ୍ଟିସ ବି.ପି. ଦାସଙ୍କ ନିକଟରେ ପହଁଚିଛି ଚଳିତବର୍ଷ ରଥଯାତ୍ରାର ସିସିଟିଭି ଫୁଟେଜ । ପୋଲିସ ପ୍ରଶାସନ ରେକର୍ଡ କରିଥିବା ସମସ୍ତ ଫୁଟେଜକୁ କମିଶନଙ୍କୁ ହସ୍ତାନ୍ତର କରିଛି । ଏଗୁଡିକୁ ଅନୁଧାନ କରାଯିବ । ଏଥିପାଇଁ ଜଣେ ଆସେସରଙ୍କୁ ଦାୟିତ୍ୱ ଦେଇଛନ୍ତି କମିଶନ୍ ।

ପ୍ରାୟ ୨ ଟିବି ବା ଟେରାବାଇଟର ଭିଡିଓ ଫୁଟେଜକୁ ଯାଂଚ କରିବା ପାଇଁ ସମୟ ଲାଗିବ ବୋଲି କହିଛନ୍ତି ଜଷ୍ଟିସ ବିପି ଦାସ । ଏଗୁଡିକୁ ଅନୁଧ୍ୟାନ କରିବା ପରେ ରଥଯାତ୍ରା ସମୟରେ ହେଉଥିବା ବିଭ୍ରାଟକୁ ରୋକିବା ଲାଗି କିଛି ସକାରାତ୍ମକ ସୁପାରିଶ କରିପାରନ୍ତି ଶ୍ରୀମନ୍ଦିର ସଂସ୍କାର କମିଶନ । ଚଳିତବର୍ଷ ନିଳାଦ୍ରିବିଜେ ସମୟରେ ଦେବୀ ଶୁଭଦ୍ରାଙ୍କ ଶ୍ରୀବିଗ୍ରହକୁ ଛୁଇଥିଲେ ଜଣେ ପୋଲିସ ଅଧିକାରୀ । ସେହିପରି ଗତବର୍ଷ ନିଳିଦ୍ରୀବିଜେ ସମୟରେ ବିଶୃଙ୍ଖଳା କରିଥିଲେ ସେବାୟତ । ଏସବୁ ବିଶୃଙ୍ଖଳାକୁ ଏଙ୍ଗାଇବା ଦିଗରେ ଜଷ୍ଟିସ ବିପି ଦାସ କମିଶନଙ୍କ କଣ ଟିପ୍ପଣୀ ରହିବ ତା ଉପରେ ଏବେ ନଜର ରହିଛି ।

ଦେଖନ୍ତୁ ଏହି ଭିଡ଼ିଓ –