ଏଥର ବି ରଥ ଉପରେ ଚଢିପାରିବେନି ଭକ୍ତ : ଶ୍ରୀମନ୍ଦିର ପ୍ରଶାସନ ଲଗାଇଲା କଟକଣା

22

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏଥର ମଧ୍ୟ ରଥ ଉପରକୁ କୌଣସି ଭକ୍ତଙ୍କୁ ଛଡାଯିବ ନାହିଁ । କେବଳ ଶରଧାବାଲିରେ ଶ୍ରୀଜୀଉଙ୍କ ରଥ ଛୁଇଁପାରିବେ ଭକ୍ତ । ଏନେଇ ସ୍ୱତନ୍ତ୍ର ଭାବେ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ । ଏହାସହ ରଥ ଚାରିପାଖେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶରଧାବାଲିରେ ରଥଯାତ୍ରା ସମୟରେ ଆଇନ ଶୃଙ୍ଖଳା ନେଇ ଆଲୋଚନା ହୋଇଛି । ସେପଟେ ବୈଠକରେ ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ସ୍ପର୍ଶ ବିବାଦ ଉପରେ ମଧ୍ୟ ଆଲୋଚନା ହୋଇଛି । ସେବାୟତଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଗାମୀ ଦିନରେ ଏଭଳି ଘଟଣାର ଯେପରି ପୁନରାବୃର୍ତି ନହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆ ଯାଇଛି ।