ରଥ ଟଣାର ମହାତ୍ମ୍ୟ! ରଥ ଦଉଡ଼ି ଠାରୁ ବିଭିନ୍ନ ରୀତିନୀତିରେ କ’ଣ ରହିଥାଏ ପାରମ୍ପାରିକ ପ୍ରଥା, ଜାଣନ୍ତୁ…

67

ପରମ୍ପରା ଅନୁଯାୟୀ ତିନି ରଥ ଉପରେ ଗଜପତି ମହାରାଜଙ୍କ ଛେରା ପହଁରା ନୀତି ସରିବା ପରେ ରଥରୁ ଚାରମାର ଯଥା ତାଳ ଓ ନଡିଆ ଗଛ କାଠରେ ଚାରମାର ପ୍ରସ୍ତୁତ ହୋଇଥାଏ । ଭୋଇ ସେବକମାନେ ଅଶ୍ୱମାନଙ୍କୁ ରଥ ଦଉଡି ଦ୍ୱାରା ବନ୍ଧିଥାନ୍ତି । ଏହାପରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ରଥ ଦଉଡିକୁ ରଥରେ ଲଗାଯାଇଥାଏ । ପ୍ରତି ରଥରେ୪ଟି ଲେଖାଏଁ ଦଉଡି ରହିଥାଏ । ରଥଟଚ୍ଚାର ଅନ୍ୟତମ ଆକର୍ଷଣ ହେଉଛି ରଥ ଦଉଡି । ଏହି ପବିତ୍ର ଦଉଡିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି । ଗତ କିଛି ବର୍ଷ ଧରି ଏହି ଦଉଡି କେରଳର କଶର ନିଗମରୁ ଅଣାଯାଉଛି । ପୂର୍ବରୁ କଲିକତା କଶର ବୋର୍ଡ ଏହି ଦଉଡ଼ି ଯୋଗାଉଥିଲା ।

ରଥ ଦଉଡ଼ିର ମାପ ଓ ସଂଖ୍ୟା :
୧. ୮ ଇଞ୍ଚ ଗୋଲେଇ ବିଶିଷ୍ଟ ୨୨୦ ଫୁଟ ଲମ୍ବର ୧୨ ଗୋଟି ଦଉଡି ତିନି ରଥଟଣା ପାଇଁ ଆବଶ୍ୟକ
୨. ୩ ଇଞ୍ଚ ଗୋଲେଇ ବିଶିଷ୍ଟ ୪୫୦ ଫୁଟ ଲମ୍ବର ୩ଟି ଦଉଡ଼ିରଥ ଘେର ପାଇଁ ଦରକାର ହୋଇଥାଏ ।
୩. ୨୨୦ ଫୁଟ ଲମ୍ବର ଏକ ଗୋଟି ଦଉଡ଼ି ଜରୁରୀ କାର୍ଯ୍ୟ ପାଇଁ ସଂରକ୍ଷିତ ର୍ାଯାଇଥାଏ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ପ୍ରକାଶ ।

ସୁଚନା ମୁତାବକ ରଥ ଦଉଡ଼ି କିଣିବା ବାବଦରେ ବନ୍ଦିର ପ୍ରଶାସନ ତରଫରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ସର୍ବ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥ ଟଣାଯାଏ । ସମତାଳରେ ଉଭୟ ଭଟିମୁଣ୍ଡା ଓ ପୁରୀ ଘଣ୍ଟୁଆମାନେ ଏହି ସମୟରେ ଘଣ୍ଟ ବଜାଇବାର ପରମ୍ପରା ରହି ଆସିଛି । ଡାକୁକ ରଥ ଉପରେ ଠିଆ ହୋଇ ଯୋଡି ଲମ୍ବା ବେତ ଧରି ‘ରଥ ବୋଲି’ ଗୀତ ଗାଇ ଭକ୍ତଜନଙ୍କୁ ଆମୋଦିତ କରିଥାନ୍ତି । ଏତିକି ମଧ୍ୟରେ ଭକ୍ତ ମାନଙ୍କ ହରିବୋଲ , ହୁଳହୁଳି, ନାମ ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥାଏ ।

ତାଳଧ୍ୱଜ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣାଯାଇଥାଏ । ଏହି ରଥଟଣା ସମୟରେ ବିଭିନ୍ନ ମଠ ଓ ଅନୁଷ୍ଠାନ ବ୍ୟକ୍ତି ବିଶେଷଙ୍କ ତରଫରୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ କରାଯାଇଥାଏ । ଏଥିମଧ୍ୟରୁ ଶ୍ରୀ ନଅର ଓ ଶ୍ରୀମନ୍ଦିର ସଦର କାର୍ଯ୍ୟଳୟ ମଧ୍ୟ ଅନ୍ତର୍ଭୁକ୍ତ । ପରମ୍ପରା ଅନୁଯାୟୀ ବଡ଼ଦାଣ୍ଡରେ ଅବସ୍ଥିତ ମାଉସୀ ମା’ ମନ୍ଦିର ଠାରେ ଠାକୁରମାନଙ୍କୁ ପୋଡପିଠା ଭୋଗ ଲାଗିଥାଏ ।

ପ୍ରତିବର୍ଷ ତିନି ରଥ ଟଣାଯିବା ପାଇଁ ସ୍ୱତନ୍ତ୍ର ଭାବେ ନିର୍ଦ୍ଦେଶକ ଦଳ ଗଢ଼ା ଯାଇଥାଏ । ଏହି ଦଳରେ ପୂର୍ତ୍ତ ବିଭାଗର ବରିଷ୍ଠ ଇଂଜିନିୟର, ଶ୍ରୀମନ୍ଦିର ବିଭିନ୍ନ ପଦାଧିକାରୀ ତଥା କର୍ମଚାରୀ, ଭୋଇ ଓ ମହାରଣା, ଜିଲ୍ଲା ପ୍ରଶାସନ ତରଫରୁ ମାଜିଷ୍ଟ୍ରେଟମାନେ ସାମିଲ ହୋଇଥାନ୍ତି । ଏହା ବ୍ୟତୀତ ପ୍ରତି ରଥ ଉପରେ ଶ୍ରୀମନ୍ଦିରର ପୋଲିସ କର୍ମଚାରୀ ଏକ ନାଲି ରଙ୍ଗର ପତାକା ଧରି ରଥଟଣା ସମୟରେ ଭକ୍ତମାନେ ସମୟରେ ଭକ୍ତମାନଙ୍କୁ ଦିଗ ନିର୍ଦ୍ଦେଶ କରିବା ସହ ରଥ ଘେର ମଧ୍ୟରେ ଜଣେ ସରକାରୀ ପୋଲିସ ବିଗୁଲ ଓ ନାଲି ରଙ୍ଗର ପତାକା ଧରି ରଥ ଟଚ୍ଚାର ନିୟନ୍ତ୍ରଣରେ ସାହାଯ୍ୟ କରନ୍ତି । ସାଧାରଣତଃ ରଥଟଣା ବେଳେ ନନ୍ଦିଘୋଷ ରଥ ଦାୟିତ୍ୱରେ ପୁରୀ ଜିଲ୍ଲାପାଳ, ତାଳଧ୍ୱଜ ରଥ ତତ୍ତ୍ୱାବଧାନରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ପୁରୀ ଏବଂ ଦେବଦଳନ ରଥ ଦାୟିତ୍ୱରେ ଅତିରିକ୍ତ ଜିଲ୍ଲାପାଳ ରହିଥାନ୍ତି । ଯଦି ଗୋଟିଏ ଦିନରେ ତିନୋଟି ରଥ ଗୁଣ୍ଡିଚା ମନ୍ଦିରରେ ନ ପହଁଚି ପାରନ୍ତି, ତେବେ ତାପରଦିନ ସକାଳ ୯ଟାରୁ ୧୦ଟା ମଧ୍ୟରେ ରଥଟରା ହୋଇ ଗୁଣ୍ଡିଚା ମନ୍ଦିରରେ ପହଁଚିଥାନ୍ତି ।