ରତଙ୍ଗ ନାବାଳିକା ଗଣ ଦୁଷ୍କର୍ମ ମାମଲା: କଠୋର ଦଣ୍ଡାଦେଶ ଦେଲେ ଫୁଲବାଣୀ ଜିଲ୍ଳା ଜଜ କୋର୍ଟ

79

କନ୍ଧମାଳ : କନ୍ଧମାଳ ରତଙ୍ଗ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ କଠୋର ଦଣ୍ଡାଦେଶ ଦେଇଛନ୍ତି ଫୁଲବାଣୀ ଜିଲ୍ଲା ଜଜ କୋର୍ଟ। ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କାର ଜରିମାନା ନିର୍ଦେଶ ଦେଇଛନ୍ତି କୋର୍ଟ । ୨୦୧୪ ଜୁଲାଇ ୨୨ରେ ରତଙ୍ଗରେ ଜଣେ ନାବାଳିକାକୁ ଅଭିଯୁକ୍ତ ଗୋପିନାଥ ତାର କିଛି ସାଙ୍ଗ ମାନଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିଲା । ସାରଙ୍ଗ ନିକଟ ଏକ ଜଙ୍ଗଲରେ ନାବାଳିକାକୁ ଗଣ ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଏନେଇ ପୀଡିତାଙ୍କ ପକ୍ଷରୁ ଫିରିଙ୍ଗିଆ ଥାନାରେ ମାମଲା ରୁଜୁ ପରେ ପୁଲିସ ଅଭିଯୁକ୍ତଙ୍କ ଧରିବାକୁ ଛାନଭିନ ଚଳାଇଥିଲା ।