ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ହାତ ଧରି ଉଠିଲେ ରତନ ଟାଟା, ଦିନେ ତାଙ୍କ କାରଖାନାରେ କାମ କରୁଥିଲେ ରଘୁବର ଦାସ

1,100

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓ ଟାଟା ଟ୍ରଷ୍ଟର ଗେୟାରମ୍ୟାନ୍ ଗତ ଶନିବାର ଦିନ କଦମାରେ ରାଂଚି କ୍ୟାନସର ଏଣ୍ଡ ରିସର୍ଚ୍ଚ ସେଣ୍ଟର ଶିଳାନ୍ୟାସ କରିଛନ୍ତି । ମଂଚରେ ରତନ ଟାଟା ମୁଖ୍ୟମନ୍ତ୍ରୀ ରଘୁବର ଦାସ ପାଖାପାଖି ବସିଥିଲେ । ୮୦ ବର୍ଷିୟ ରତନ ଟାଟା ବୟସାଧିକ୍ୟ ହେତୁ ଭାଷଣ ଦେବାପାଇଁ ଛିଡ଼ା ହେବାକୁ କଷ୍ଟ ଅନୁଭବ କରୁଥିଲେ । ଉଠିବା ପାଇଁ ଚାହିଁଲେ ମଧ୍ୟ ସେ ଉଠିପାରୁନଥିଲେ । ଆଉ ସେହି ସମୟରେ ମୁଖ୍ୟମନ୍ତ୍ରୀ ରଘବର ଦାସ ହାତ ବଢ଼ାଇଥିଲେ । ମୁଖ୍ୟମନ୍ତ୍ରୀ ରଘବର ଦାସଙ୍କ ସାହାରା ନେଇ ରତନ ଟାଟା ଛିଡ଼ାହେବା ସହ ପୋଡ଼ିୟମ୍ ପର୍ଯ୍ୟନ୍ତ ପହଞ୍ଚିଥିଲେ । ଆଉ ତା’ପରେ ନିଜର ଅଭିଭାଷଣ ରଖିଥିଲେ ।


ତେବେ ଏହାକୁ ଏକ ଔତିିହାସିକ ମୁହୂର୍ତ୍ତ କୁହାଯାଉଛି । ଏହା ପଛର କାରଣ ମଧ୍ୟ ସେତିକି ବଡ଼ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦିନ ଥିଲା ରଘୁବର ଦାସ ସାମାନ୍ୟ ଜଣେ ମଜୁରିଆ ଭାବେ ରତନ ଟାଟାଙ୍କ କାରଖାନାରେ କାମ କରୁଥିେ । ୧୯୭୮ରୁ ୧୯୯୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରଖୁବର ଦାସ ରାଂଚି ସ୍ଥିତ ଟାଟା କାରଖାନାରେ ମଜୁରୀ କରୁଥିଲେ । ସୂଚନାଯୋଗ୍ୟ ଟାଟା କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନିବାସ ଯାଇ ରଘୁବର ଦାସଙ୍କୁ ସାକ୍ଷାତ କରି କାର୍ଯ୍ୟକ୍ରମରେ ଯୋଗିଦେଇଥିଲେ ।

ରତନ ଟାଟା କହିଛନ୍ତି ୨ ବର୍ଷ ଭିତରେ ଏହି ମେଡ଼ିକାଲ ଆରମ୍ଭ ହୋଇଯିବ । ଆଉ ଏହି ମେଡ଼ିକାଲ ତିଆରି ହେବ ପରେ କ୍ୟାନସର ରୋଗୀଙ୍କୁ ମୁମ୍ବାଇ କିମ୍ବା ଅନ୍ୟ ସହରରକୁ ଯିବାକୁ ପଡ଼ିବ ନାହିଁ । ଅନେକ ଦିନର ଦାବି ପରେ ରାଜ୍ୟବାସୀଙ୍କ ସ୍ୱପ୍ନ କହିଛନ୍ତି ରତନ ଟାଟା ।