ରହସ୍ୟରେ ମୂଷା ମଡକ

19

ରାୟଗଡା : କେନ୍ଦ୍ରାପଡାରେ ମୂଷା ମଡକ । ଦୁଇ ଦିନରେ ମଲେଣି ୨ ହଜାରରୁ ଅଧିକ । ଏବେ ଏଥିରେ ସାମିଲ ହୋଇଛନ୍ତି ଅନ୍ୟ କିଛି ଜୀବଜନ୍ତୁ । ମୂଷାଙ୍କ ସହ ମରିଛନ୍ତି କିଛିି ବିଲେଇ ଓ ସାପ । ମୂଷା ଗୁଡିକୁ ଖାଇ ବିଲେଇ ଏବଂ ସାପଙ୍କ ମୃତ୍ୟୁ  ହୋଇଥିବା ଚର୍ଚ୍ଚା ହେଉଛି ।

କେମିତି ଏବଂ କାହିଁକି ମରୁଛନ୍ତି ଏତେ ସଂଖ୍ୟକ ମୂଷା । ଶନିବାର ଦିନତମାମ ଚାଲିଥିଲା ମୂଷାଙ୍କ ମୃତ୍ୟୁ କାରଣ ଖୋଜା । କେନ୍ଦ୍ରାପଡାର ବଳିରାଜ ଗାଁରୁ ରାଜଧାନୀ ଭୁବନେଶ୍ୱର । ଗାଁରେ ଅନୁସନ୍ଧାନ ଚଳାଇଛନ୍ତି ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ । ସେପଟେ ଓୟୁଏଟି ପ୍ରଫେସରଙ୍କ କହିବା ହେଲା, ବିଷକ୍ରିୟା ଯୋଗୁଁ ମୂଷା ଗୁଡିକର ମୃତ୍ୟୁ ହୋଇଛି । ମୃତ ମୂଷା ଗୁଡିକର ପୋଷ୍ଟମର୍ଟମ କରାଯାଇଛି । ଲାବୋରଟରିକୁ ପଠାଯାଇଛି ସାମ୍ପଲ ।

ଜମିରେ ଦିଆଯାଇଥିବା କୀଟନାଶକ ଯୋଗୁଁ ମୂଷାଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ । ତେବେ ମୂଷାଙ୍କ ପରେ ଏବେ ବିଲେଇ ଏବଂ ସାପଙ୍କ ମୃତ୍ୟୁକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ । ଆଗକୁ ଅନ୍ୟ ଗୃହପାଳିତ ପଶୁଙ୍କ ମୃତ୍ୟୁ ନେଇ ଆଶଙ୍କା କରିଛନ୍ତି ।