ଡାକ୍ତରଖାରନାରେ ମୂଷା ଆତଙ୍କ ! କୋମାରେ ଥିବା ରୋଗୀଙ୍କ ଆଖିଡ଼ୋଳା କାଟିଦେଲା ମୂଷା

22

କୌଣସି ଛୋଟମୋଟ ରୋଗ ଠାରୁ ଆରମ୍ଭ କରି ବଡ଼ ଧରଣର କିଛି ରୋଗ ହେଲେ ଆମେ ଡାକ୍ତରଖାନା ଯାଉ । ଆଘାତପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ହେଲା ଡାକ୍ତରଖାନା । ଆଉ ଅଧିକ ଗୁରୁତର ବ୍ୟକ୍ତିଙ୍କୁ ଆଇସିୟୁରେ ରଖାଯାଏ, ଯାହା ବିପଦମୁକ୍ତ ବୋଲି କୁହାଯାଏ । କିନ୍ତୁ ଯଦି ଡାକ୍ତରଖାନାରେ ହିଁ ରୋଗୀ ସୁରକ୍ଷିତ ନାହାନ୍ତି, ତେବେ ଆମେ ଦୋଷ କାହାକୁ ଦେବା । ମୁମ୍ବାଇର ବାଲାସାହେବ ଠାକରେ ଟ୍ରୋମା କେୟାର ମେଡ଼ିକାଲରେ ଆଇସିୟୁରେ କିଛି ଏପରି ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଏହି ଡାକ୍ତରଖାନାରେ ମୂଷାମାନଙ୍କର ଆତଙ୍କ ଏବେ ବଢ଼ିଯାଇଛି ଯେ, ରୋଗୀର ଡାହାଣ ଆଖିକୁ ମୂଷା ପୁରା କାଟି ଦେଇଛି । ଗୋଟିଏ ପଟେ ରୋଗୀକୁ ନେଇ ପରିବାର ଲୋକେ ଚିନ୍ତିତ ଥିଲେ ଏବେ ପୁଣି ତାଙ୍କ ପାଇଁ ବୋଝ ଉପରେ ଲଳିତାବିଡ଼ା ସାବ୍ୟସ୍ତ ହୋଇଛି । ତେବେ ଏନେଇ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କିରିବା ସେମାନେ କଥାକୁ ନଶୁଣି ଅଣଦେଥା କରିଥିବା ଅଭିଯୋଗ ରହିଛି ।

ସୂଚନାଯୋଗ୍ୟ ୧୫ ଦିନ ପୂର୍ବରୁ ଥାନେ ନିବାସୀ ୨୭ ବର୍ଷିୟ ପରବିନ୍ଦର ଗୁପ୍ତାଙ୍କୁ ବେସରକାରୀ ଡାକ୍ତରଖାନରୁ ଏଠାକୁ ସ୍ଥାନାନ୍ତର କରାଯାଇଥିଲା । ଆଉ ତା’ରେ ରୋଗୀ ଜଣକ କୋମାକୁ ପଳାଇ ଯାଇଥିଲେ । ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ତାଙ୍କର ଚିକିତ୍ସା କରାଯାଇଥିଲା । ପରବିନ୍ଦରଙ୍କ ବାପାଙ୍କ ଅନୁସାରେ ତାଙ୍କ ପରିବାରର ଜଣେ ଲୋକ ପରବିନ୍ଦରଙ୍କ ମୁଣ୍ଡ ପାଖରୁ ଏକ ମୂଷା ବୁଲୁଥିବାର ଦେଖିଥିଲେ । ଆଉ ତା’କୁ ହଟାଇବା ପରେ ସମସ୍ତେ ଶୋଇଯାଇଥିଲେ । ତେବେ ସକାଳେ ନିଦ ଭାଙ୍ଗିବା ପୂର୍ବରୁ ପରବିନ୍ଦରଙ୍କ ଡାହାର ଆଖିରୁ ରକ୍ତ ବାହାରୁଥିବାର ଦେଖିବା ପାଇଁ ମିଳିଲା । ଯାଂଚ ପରେ ଜଣାପଡ଼ିଲା କି ମୂଷା ପରବିନ୍ଦରଙ୍କ ଆଖି କାଟିଦେଇଛି । ତେବେ ଡାକ୍ତରଖାନା କର୍ତ୍ତୃପକ୍ଷ ଏକଥାକୁ ଅସ୍ୱୀକାର କରୁଛନ୍ତି । ପରବିନ୍ଦରଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, ତାଙ୍କ ଭାଇଙ୍କ ଆଖି ଡ଼ୋଲା ମୂଷା ସମ୍ପୂର୍ଣ୍ଣ ରୂପେ କାଟି ଦେଇଛି । ଆଉ ଏଥିପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପାଖରେ ବାରମ୍ବାର ଅଭିଯୋଗ ସତ୍ୱେ ସେମାନେ ଘଟଣାକୁ ଚପାଇବା ପାଇଁ ଚେଷ୍ଟା କରୁଛନ୍ତି ।