ଭୁବନେଶ୍ୱର ରସୁଲଗଡ ସ୍ଥିତ ଉର୍ମି ହୋଟେଲରେ ଅଗ୍ନିକାଣ୍ଡ

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ହୋଟେଲ ଉର୍ମିରେ ଭୟାବହ ଅଗ୍ନିକାଣ୍ଡ । ଭୁବନେଶ୍ୱର ରସୁଲଗଡ ସ୍ଥିତ ଉର୍ମି ହୋଟେଲରେ ଅଗ୍ନିକାଣ୍ଡ ଘଟିଛି। ହୋଟଲର ୨୧୬ ନମ୍ବର ରୁମରେ ନିଆଁ ଲାଗିଛି । ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କା ମୂଲ୍ୟରେ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣା ପଡିଛି । ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଁଂଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିଛି ।