ରସୁଲଗଡ ଛକରେ ଉତେଜନା : ଗୋ-ମାଂସ ବୋଝେଇ ମିନି ଟ୍ରକକୁ ପୁଲିସର ଜିମା ଦେଲେ ସ୍ଥାନୀୟ ଲୋକେ

27

କନକ ବ୍ୟୁରୋ : ଭୁବନେଶ୍ୱର ରସୁଲଗଡ ଛକରେ ଗୋମାଂସ-ବୋଝେଇ ଟ୍ରକ ଜବତକୁ ନେଇ ଉତେଜନା ଦେଖାଦେଇଛି । ଗତରାତିରେ କଟକରୁ–ଭୁବନେଶ୍ୱର ଆସୁଥିବା ବେଳେ ଗୋ-ମାଂସ ବୋଝେଇ ମିନିଟ୍ରକଟି ଦୁର୍ଘଟଣାଗସ୍ତ ହୋଇଥିଲା । ଟ୍ରକରେ ଗୋମାଂସ ଥିବା ଜଣାପଡିବା ପରେ ସେଠାରେ ଉତେଜନା ଦେଖାଦେଇଥିଲା । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପାଟିତୁଣ୍ଡ କରିଥିଲେ । ପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଗୋ-ମାଂସ ବୋଝେଇ ମିନିଟ୍ରକକୁ ଜବତ କରିଛି । ଟ୍ରକରେ ୮ କ୍ୱିଂଟାଲରୁ ଅଧିକ ମାଂସ ଥିବା ବେଳେ ସେଗୁଡିକ ଓୟୁଏଟିରେ ପରୀକ୍ଷା କରାଯିବ ।