ରସଗୋଲା ବିବାଦ ପ୍ରସଙ୍ଗ : ଭୌଗଳିକ ମାନ୍ୟତା ପାଇଁ ଦାବି ରଖିବେ ଓଡିଶା ସରକାର

82

କନକ ବ୍ୟୁରୋ : ରସଗୋଲା ଆମର,ଏହି ଦାବିକୁ ଅଧିକ ଦୃଢତାର ସହ ଉପସ୍ଥାପନ କରିବେ ଓଡିଶା ସରକାର। ଏନେଇ ଏକ ଉଚ୍ଚ କ୍ଷମତାସଂପନ୍ନ କମିଟି ଗଢାଯିବ ବୋଲି ଜଣାପଡିଛି । ଏବେ ଗବେଷକ ଅସିତ ମହାନ୍ତି ବହୁ ପରିଶ୍ରମ କରି ଏକାଧିକ ପ୍ରମାଣ ଏକାଠି କରି ସରକାରଙ୍କୁ ଦେଇଛନ୍ତି । ଏହାରି ଆଧାରରେ ରାଜ୍ୟ ସରକାର ରସଗୋଲାର ଭୌଗଳିକ ମାନ୍ୟତା ପାଇଁ ଦାବି କରିବେ । ସେପଟେ ଓଡିଶାରେ ପ୍ରାୟ ୫୦୦ ବର୍ଷ ତଳୁ ରସଗୋଲାର ପ୍ରଚଳନ ଥିବା ବିଭିନ୍ନ ସାହିତ୍ୟକୃତିରୁ ଡଜଣାପଡିଛି । ମୁଖତଃ ସାରଳା ଦାସଙ୍କ ମହାଭାରତ ସମେତ ବିଦଗ୍ଧ ଚିନ୍ତାମଣି, ଅମ୍ବିକା ବିଳାଶ, ଉକôଳଦୀପିକା ଓ ମାଦଳା ପାଂଜିରେ ଏନେଇ ତଥ୍ୟ ରହିଛି ବୋଲି ଗବେଷକ କହିଛନ୍ତି । ତେବେ ସରକାର ଶିଳ୍ପ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଢି ରସଗୋଲା ନେଇ ଓଡିଶାର ପ୍ରମାଣ ଉପସ୍ଥାପନ କରିବା ପାଇଁ ପଦକ୍ଷେପ ନେବେ ବୋଲି ଜଣାପଡିଛି ।