ଆଜି ରସଗୋଲା ଦିବସ

97

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଭୁବନେଶ୍ୱର ଉପକଣ୍ଠ ପାହାଳରେ ପାଳିତ ହେଉଛି ରସଗୋଲା ଦିବସ । ଏଥିପାଇଁ ମିଠା ବ୍ୟବସାୟୀ ସଂଘ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଭିନ୍ନି ପ୍ରକାରର ରସଗୋଲା ପ୍ରସ୍ତୁତ କରି ଗ୍ରାହକଙ୍କୁ ଭେଟି ଦେବାର ଯୋଜନା ରଖିଛି ସଂଘ । ଶ୍ରୀଜିଉଙ୍କ ନୀଳାଦ୍ରୀ ବିଜେ ଅବସରରେ ପାଳିତ ହେଉଛି ଏହି ରସଗୋଲା ଦିବସ । ବଡ଼ ଠାକୁରଙ୍କ ନିକଟରେ ରସଗୋଲା ଲାଗି କରାଯାଉଥିବାରୁ ଏଭଳି ଏକ ନିଆରା ଦିବସ ପାଳନ କରାଯାଉଛି । ନିକଟରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟରେ ରସଗୋଲାର ଜିଆଇ ଟ୍ୟାକ୍ କୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଓଡ଼ିଶା ଏନେଇ ପ୍ରସ୍ତୁତ କରିଛି ଏକ ବ୍ୟାପକ ରିପୋର୍ଟ । ଆଶା କରାଯାଉଛି ରସଗୋଲାର ଜିଆଇ ଟ୍ୟାକ୍ ଓଡିଶାକୁ ମିଳିବ । ତେବେ ରସଗୋଲା ଦିବସ ଭଳି ଉଦ୍ୟମକୁ ଲୋକମାନେ ମଧ୍ୟ ବେଶ ପ୍ରଶଂସା କରିଛନ୍ତି।