ରସଗୋଲା କାହାର : ମୁହାଁମୁହିଁ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସରକାର

97

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରସଗୋଲା କାହାର । ପଶ୍ଚିମବଙ୍ଗ ର ନା ଓଡିଶାର । ଏହି ବିବାଦକୁ ନେଇ ପଶ୍ଚିମବଙ୍ଗ ଓ ଓଡିଶା ସରକାର ମୁହାଁମୁହିଁ । ହେଲେ ବିବାଦର ଅଙ୍କ ଛିଣ୍ଡିବାରେ ଲାଗୁନି, କିନ୍ତୁ ରସଗୋଲା କମିଟି ପକ୍ଷରୁ ସରକାର ତଥା ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ଏକ ବଳିଷ୍ଠ ପ୍ରମାଣ ଭିତିକ ନଥିପତ୍ର ପ୍ରଦାନ କରାଯାଇଛି । ଯାହାର ପୌରାଣିକ ଓ ପ୍ରମାଣ ଭିତିକ ତଥ୍ୟ କହୁଛି ରସଗୋଲା ଓଡିଶାର । ପଶ୍ଚିମବଙ୍ଗର ବହି ମିଛ ଉପରେ ଆଧାରିତ । ରସଗୋଲା କମିଟି ପକ୍ଷରୁ ଜି.ଆଇ ମାନ୍ୟତା ପାଇଁ ଦାବି କରାଯାଇଛି । ରସଗୋଲା ଓଡିଶାର ବୋଲି ଦାବି କରାଯାଇଛି ।

ସରକାରଙ୍କ ପକ୍ଷରୁ ଏହି ୧୫୦ ପୃଷ୍ଠା ବିଶିଷ୍ଠ ନଥିପତ୍ରର ତଦନ୍ତ କରାଯିବ ଏବଂ ଯଥା ଶୀଘ୍ର କାମ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି । ପୁସ୍ତକପ୍ରଦାନ କରିଥିବା କମିଟିକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ । ୨୦୧୫ ମଧ୍ୟଭାଗରେ ଓଡିଶା ସରକାର ପାହାଳ ରସଗୋଲା ପାଇଁ ଜି.ଆଇ ଭୈାଗୋଳିକ ମାନ୍ୟତା ଉଦ୍ୟମ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଥିଲେ । ପଂଚଦଶ ଷୋଡଶ ଶତାଦ୍ଦୀରେ ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ରସଗୋଲା ସମ୍ବନ୍ଧରେ ତଥ୍ୟ ଅଛି । ଏଣୁ ଓଡିଶାରେ ରସଗୋଲା ଇତିହାସ ଅନ୍ୟୁନ ୫୦୦ ବର୍ଷର । ଅଧିକ ତଥ୍ୟ ରହିଛି ଏହି ଭିଡିଓରେ :