ଆଜି ରସଗୋଲା ଦିବସ !

190

ଆଜି ରସଗୋଲା ଦିବସ । ରସଗୋଲା ଦିବସକୁ ସାରା ବିଶ୍ୱରେ ଅଧିକ ପରିଚିତ କରାଇବା ପାଇଁ ପାଳିତ ହୁଏ ଏହି ଦିନ । ୨୦୧୫ ଜୁଲାଇ ୪ ତାରିଖ ( ନିଳାଦ୍ରୀ ବିଜେ ଦିନ) ଏହା ପ୍ରଥମେ ଆରମ୍ଭ ହୋଇଥିଲା । ସୋସିଆଲ ମିଡ଼ିଆରେ ପ୍ରଥମେ ରସଗୋଲା ଦିବସକୁ ଗୁରୁତ୍ୱ ଦିଆଗଲା । ପରେ ପରେ ଓଡ଼ିଶା ତଥା ଓଡ଼ିଶା ବାହାରେ ରସଗୋଲା ଦିବସ ପାଳନ ହେଲା ।

ଓଡ଼ିଶାର ପୁରୀ ସହରରେ ପ୍ରଥମେ ରସଗୋଲା ତିଆରି ଆରମ୍ଭ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏହା କଟକର ସାଲେପୁର ଓ ଭୁବନେଶ୍ୱର ପାହଳ ଠାରେ ପରମ୍ପରାଗତ ବେଉସାରେ ପରିଣତ ହୋଇଥିଲା । ପ୍ରମାଣର ଅଭାବ ହେତୁ ରସଗୋଲା ବିଷୟରେ ସଠିକ ମସିହା ଲିପିବଦ୍ଧ ହୋଇପାରିନାହିିଁ । ଜଗନ୍ନାଥ ମନ୍ଦିରର ରୋଷଘରେ ତିଆରି ହେଉଥିଲା କ୍ଷୀରମୋହନ (ରସଗୋଲା) ।

୨୦୧୫ ମସିହା ଜୁଲାଇ ୩୦ ତାରିଖରେ ନିଳାଦ୍ରୀ ବିଜେ ଅବସରରେ କେଳୁ ବେହେରା ମିଠା ବ୍ୟବସାୟୀ ସଙ୍ଘ ତରଫରୁ ପ୍ରଥମ କରି ଏହି ଦିବସ ପାଳନର କରିବାର ଯୋଜନା ହୋଇଥିଲା । ଯେଉଁଥିରେ ସୋସିଆଲ ମିଡ଼ିଆ ଏକ ଗୁରତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲା ।