ଷଡ଼ଯନ୍ତ୍ର ଥିଲା ଏମପି-ରାଜସ୍ଥାନ-ଛତିଶଗଡ଼ରେ କଂଗ୍ରେସର ଜିତ୍ ! ଇଭିଏମ୍ ଉପରେ ବିଶ୍ୱାସ ନ ହରାଇବା ପାଇଁ ଚାଲିଥିଲା ଷଡ଼ଯନ୍ତ୍ର : ରାସିଦ୍ ଅଲୱି

683

ଲୋକସଭା ନିର୍ବାଚନ ୨୦୧୯ ଫଳାଫଳ ପୂର୍ବରୁ ଯେଉଁ ଏଗଜିଟ୍ ପୋଲ୍ ସାମ୍ନାକୁ ଆସିଛି ଏହାଦ୍ୱାରା ବିପକ୍ଷରେ ହାହାକାର ମଚିଯାଇଛି । କଂଗ୍ରେସ ନେତା ରାସିଦ୍ ଅଲୱି ବୟାନ୍ ଦେଇଛନ୍ତି ଯଦି ଏଗଜିଟ୍ ପୋଲର ଫଳାଫଳ ସତ ସାବ୍ୟସ୍ତ ହୁଏ ତେବେ ଏହାର ଅର୍ଥ ହେଉଛି ଇଭିଏମ୍ ରେ କିଛି ଗଡବଡ ହୋଇଛି । ସେ କହିଥିଲେ ସବୁ ଏଗଜିଟ୍ ପୋଲ୍ ଏକତରଫା ଫଳାଫଳ ଦେଖାଉଛି,ଏଥିପାଇଁ ଆମେ ଏହା ଉପରେ ବିଶ୍ୱାସ କରୁନାହୁଁ ।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଥିଲେ ଯଦି ଏଗଜିଟ୍ ପୋଲ୍ ଭଳି ଫଳାଫଳ ଆସେ ତେବେ ଗତ ଦିନରେ ତିନି ରାଜ୍ୟର ନିର୍ବାଚନରେ ଯେଉଁଠାରେ କଂଗ୍ରେସ ଜିତିଛି ତାହା ଏକ ଷଡ଼ଯନ୍ତ୍ର । ତିନି ରାଜ୍ୟରେ କଂଗ୍ରେସର ଜିତ୍ ର ଭରସା ଦେଆଗଲା ଯେ ଇଭିଏମ୍ ଠିକ୍ ଅଛି । ଏହାଦ୍ୱାରା ସେ ଏହା ମଧ୍ୟ ସାବ୍ୟସ୍ତ କରିବାକୁ ଚେଷ୍ଟା କଲେ ଯେ ନିର୍ବାଚନ ଅଧିକାରୀଙ୍କ ଉପରେ ସରକାରଙ୍କ କୌଣସି ହସ୍ତକ୍ଷେପ ନାହିଁ । ଏହାସହ ରାସିଦ୍ ଅଲୱି ଏଗଜିଟ୍ ପୋଲ୍ କରୁଥିବା କମ୍ପାନୀ ଉପରେ ମଧ୍ୟ ପ୍ରଶ୍ନବାଚୀ ଠିଆ କରିଛନ୍ତି । କଂଗ୍ରେସ ନେତା କହିଛନ୍ତି ଯେ କିଛି ଦିନ ପୂର୍ବରୁ ଏହି କମ୍ପାନୀ ଉପରେ ଷ୍ଟିଙ୍ଗ୍ ଅପରେସନ୍ ହୋଇଥିଲା ଯେଉଁଥିରେ ଏହା ସାବ୍ୟସ୍ତ ହୋଇଥିଲା ଯେ ଏହା ନ୍ୟୁଟ୍ରାଲ୍ ନୁହଁ । ଆପଣଙ୍କୁ କହିରଖୁଛୁ ଏବେ ପର୍ଯ୍ୟନ୍ତ ଯେତେ ଏଗଜିଟ୍ ପୋଲ୍ ସାମ୍ନାକୁ ଆସିଛି ସେଥିରେ ଏକତରଫା ଏନଡିଏକୁ ବହୁମତ ମିଳିଛି । କିଛି ଏଗଜିଟ୍ ପୋଲରେ ବିଜେପି ମହାମେଣ୍ଟ ୩୦୦ ଅଙ୍କ ବି ଛୁଇଁପାରେ ।