ଇଣ୍ଟରନେଟରେ ଭାଇରାଲ୍ ହେଲା ଚକିତ କରିଦେଲା ଭଳି ଭିଡିଓ ! ସାଥି ହୋଇ ନାଚିଲେ ଭାରତ-ପାକ୍ ଯବାନ । ଦେଖନ୍ତୁ ଭିଡିଓ

31

ବଲିଉଡ୍ର ଏକ ପଞ୍ଜାବୀ ଟ୍ରାକରେ ଉଭୟ ଭାରତ ଓ ପାକିସ୍ତାନୀ ଯବାନ ନୃତ୍ୟ କରୁଥିବା ବେଳର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରିଛି। ସଂଘାଇ କର୍ପୋରେଟିଂ ଅର୍ଗାନାଇଜେସନ୍(ଏସ୍ସିଓ)ର ସଦସ୍ୟମାନଙ୍କ ସହ ଭାରତୀୟ ସେନା ଦ୍ୱାରା ଆୟୋଜିତ ରୁଷରେ ହେଉଥିବା କାର୍ୟ୍ୟକ୍ରମ ‘ଭାରତୀୟ ଦିବସ’ରେ ଉଭୟ ଭାରତୀୟ ଓ ପାକିସ୍ତାନୀ ଯବାନମାନେ ଯୋଗ ଦେଇଥିଲେ। ସମରାଭ୍ୟାସ ପାଇଁ ଯୋଗ ଦେଇଥିବା ଏହି କାର୍ୟ୍ୟକ୍ରମରେ ଦୁଇ ଦେଶର ଯବାନ ମିଶି କରି ନୃତ୍ୟ କରୁଥିବାର ଦୃଶ୍ୟ ବେଶ୍ ଚିତାକର୍ଷକ।


 

ଅଗଷ୍ଟ ୨୨ରୁ ୩୦ ମଧ୍ୟରେ ଆୟୋଜିତ ହୋଇଥିବା ଏହି ସମରାଭ୍ୟାସ କାର୍ୟ୍ୟକ୍ରମରେ ଏସ୍ସିଓର ୮ ସଦସ୍ୟ ସାମିଲ୍ ଥିଲେ। ଏହି କାର୍ୟ୍ୟକ୍ରମରେ କେବଳ ଭାରତ, ପାକିସ୍ତାନ ନୁହେଁ; ଚୀନ, ରୁଷ୍, କାଜାକ୍ସ୍ତାନ, ତାଜିକସ୍ତାନ, କିଗ୍ରିସ୍ତାନ ଦେଶରୁ ପ୍ରାୟ ୩,୦୦୦ ସୈନିକ ଭାଗ ନେଇଥିଲେ। ଏଥିରେ ଭାରତୀୟ ଦଳର ୨୦୦ ସଦସ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଶେଷରେ ୮ଟି ଦେଶ ମଧ୍ୟରେ ହୋଇଥିବା ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ଅନ୍ତିମରେ ଭାରତ ପାକିସ୍ତାନକୁ ହାରାଇଥିଲା।