ଝୁଲନ୍ତା ଅବସ୍ଥାରେ କଅଁଳ ଜୀବନ ! ପଢନ୍ତୁ ଖପୁରୀ ବିହିନ ଜଣେ ଶିଶୁର କାହାଣୀ ।

97

ପରିବାରରେ ଶିଶୁଟିଏ ଜନ୍ମହେଲେ ବାପା,ମା’ ସମେତ ଘରର ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ଖୁସି ଉଲ୍ଲାସ ଦେଖାଦେଇଥାଏ । ନୁତନ ସଦସ୍ୟର ଆଗମନରେ ଦାୟିତ୍ୱ ମଧ୍ୟ ବଢି ଯାଇଥାଏ । କିନ୍ତୁ ଯେତେ ସାବଧାନତା ଅବଲମ୍ବନ କଲେ ମଧ୍ୟ ବେଳେବେଳେ ଛୋଟ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ରୋଗ ଦେଖା ଦେଇଥାଏ । ଯାହା ପରିବାର ଲୋକଙ୍କ ମୁଣ୍ଡବ୍ୟଥାର କାରଣ ମଧ୍ୟ ହୋଇଯାଏ । ଆଜି ଆମେ ନଜର ପକାଇବା ଏଭଳି ଜଣେ ନବଜାତ ଶିଶୁ ଉପରେ ଯାହାର ବିରଳ ରୋଗ ପରିବାରର ଚିନ୍ତାର କାରଣ ପାଲଟିଛି ।
କାମ୍ବୋଡିଆ ନିବାସୀ ହୋୟାଙ୍ଗ ଏବଂ ସ୍ରେ ନାମକ ଦମ୍ପତୀଙ୍କ ସନ୍ତାନ ହେଉଛି ଆହ ନେଥ୍ । ଆହ୍ ଜନ୍ମ ହେବା ସମୟରେ ତା ମୁଣ୍ଡରେ ଏକ ବଡ ଗାତ ରହିଥିଲା । ଡାକ୍ତରଙ୍କ କହିବାନୁସାରେ ଏନେନସେଫଲୀ ନାମକ ରୋଗରେ ଶିଶୁଟି ପୀଡିତ ଅଛି । ଏହି ବିରଳ ରୋଗରେ ମା’ ଗର୍ଭରେ ଶିଶୁଟିର ମସ୍ଥିଷ୍କ ସମ୍ପୁର୍ଣ୍ଣ ରୂପରେ ବିକଶିତ ହୋଇନଥାଏ । ବିଶ୍ୱରେ ୫୦୦୦ ଶିଶୁଙ୍କ ମଧ୍ୟରୁ ଜଣଙ୍କୁ ଏଭଳି ରୋଗ ହୋଇଥାଏ । ଏହି ରୋଗରେ ପିଡୀତ ଶିଶୁ ନା ଦେଖି ପାରନ୍ତି ନା ଶୁଣି ପାରନ୍ତି । ଅଧିକତଃ ଏହି ରୋଗରେ ପୀଡିତ ଶିଶୁ ଜନ୍ମ ପରେ ହିଁ ମୃତ୍ୟୁର ଶିକାର ହୋଇଥାନ୍ତି । ଏଭଳି ରୋଗର କୌଣସି ଚିକିତ୍ସା ନାହିଁ ।
ଜନ୍ମ ସମୟରେ ମଧ୍ୟ ଆହକୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଉପୁଜୁଥିଲା । କିନ୍ତୁ କିଛି ସମୟ ଡାକ୍ତରଖାନାରେ ରହିବା ପରେ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଘଟିଛି । ଆହଙ୍କ ଚିକିତ୍ସାରେ ଅର୍ଥ ଅଭାବ ପଡୁଥିବା ବେଳେ ବାପା ମା’ ଘର ସମ୍ପତ୍ତି ବିକ୍ରି କରି ଝିଅକୁ ଭଲ କରିବାରେ ଲାଗି ପଡିଛନ୍ତି ।