ଭାରତରୁ ମିଳିଲା ବିରଳ ବ୍ଲଡ୍ ଗ୍ରୁପ୍ ଇନରା ! ଡାକ୍ତରଙ୍କ ମଧ୍ୟରେ ଦେଖାଗଲା ଉନ୍ମାଦନା ।

70

ଲୋକେ ମୁଖ୍ୟତଃ ଏ, ବି ଏବଂ ଓ ଗ୍ରୁପ୍ର ବ୍ଲଡ୍ କଥା ଜାଣି ଥାଆନ୍ତି। ଏହା ଛଡ଼ା ଅନ୍ୟ କେତେକ ବିରଳ ବ୍ଲଡ୍ ଗ୍ରୁପ୍ ରହିଥିବା କଥା ବି ଶୁଣାଯାଇଥାଏ। ଦୁନିଆରେ ଏ ଭଳି ବିରଳ ୭ ଟି ବ୍ଲଡ୍ ଗ୍ରୁପ୍ ରହିଥିବା ବେଳେ ନିକଟରେ ଭାରତରୁ ଆଉ ଗୋଟାଏ ବିରଳ ଗ୍ରୁପର ରକ୍ତର ସନ୍ଧାନ ମିଳିଛି। ଏହି ୭ଟି ବିରଳ ରକ୍ତ ଗ୍ରୁପକୁ ଡାକ୍ତରୀ ଭାଷାରେ କୋଲଟୋଲ କହନ୍ତି। ଏହି ସାତଟି ବିରଳ ଗ୍ରୁପ୍ ରକ୍ତରୁ ମାତ୍ର ଗୋଟାଏ ଭାରତରେ ଦେଖାଯାଇଛି। ସେ ପୁଣି ଗୁଜରାଟରେ ବସବାସ କରୁଥିବା ଜଣେ ବ୍ୟକ୍ତିଙ୍କ ଦେହରେ। ତାଙ୍କ ରକ୍ତ ଗ୍ରୁପ୍ ଅନ୍ୟ କୌଣସି ରକ୍ତ ଗ୍ରୁପ୍ ସହ ମେଳ ଖାଉ ନ ଥିବାରୁ ସଭିଏଁ ବିସ୍ମିତ। ଏ କଥା ଲୋକଲୋଚନକୁ ଆସିବା ପରେ ଗୁଜରାଟର ଡାକ୍ତରମାନଙ୍କ ମଧ୍ୟରେ ଏକ ବିଚିତ୍ର ଉନ୍ମାଦନା ଖେଳି ଯିବା ସହ ଚିନ୍ତାର କାରଣ ହୋଇଥିଲା।ଉତ୍ସାହର କାରଣ- ଭାରତରେ ମଧ୍ୟ ଜଣେ ବିରଳ ବ୍ଲଡ୍ ଗ୍ରୁପର ବ୍ୟକ୍ତି ଅଛନ୍ତି।
ଚିନ୍ତାର କାରଣ- ସେ ବ୍ୟକ୍ତି କାହାକୁ ରକ୍ତ ଦେଇ ପାରିବ, ନା କାହାଠୁ ନେଇ ପାରିବ।କଥାଟି କେମିତି ଜଣା ପଡ଼ିଲା ଜାଣନ୍ତୁ:

ଜଣେ ରୋଗୀଙ୍କର ରକ୍ତ ପରୀକ୍ଷା କରାଇବାକୁ ଏକ ଗୁଜରାଟୀ ପରିବାର ରକ୍ତ ନମୁନା ପଠାଇଥିଲେ। ରକ୍ତ ପରୀକ୍ଷା ସମୟରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ସେ ସଂଗୃହୀତ ରକ୍ତ ନମୁନା କୌଣସି ଗ୍ରୁପ୍ ସହ ମେଳ ଖାଉ ନ ଥିଲା।
ତେଣୁ ଜଣେ ବରିଷ୍ଠ ଡାକ୍ତରଙ୍କୁ ଡକାଇ ପୁନଶ୍ଚ ପରୀକ୍ଷା କରାଗଲା କିନ୍ତୁ ଉକ୍ତ ଡାକ୍ତର ମଧ୍ୟ ଫେଲ୍ ମାରିଲେ । ଶେଷରେ ଡାକ୍ତରୀ ଦଳ ଉକ୍ତ ରକ୍ତ ନମୁନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ପଠାଇଲେ। ସେଠାରେ ଉନ୍ନତ ପରୀକ୍ଷା କରାଯାଇ ଘୋଷଣା କରାଗଲା ଯେ, ତାହା ଏକ ବିରଳ କିସମର ରକ୍ତ। ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ଆଇଏନ୍ଆରଏ’ ବୋଲି ନାମିତ କଲା। ‘ଇନ୍+ରା’ ନାଁ’ର ବ୍ୟାଖ୍ୟା ହେଉଛି: ‘ଇନ୍’ ଅର୍ଥ ଇଣ୍ଡିଆ; ‘ରା’ ଅର୍ଥ ସେ ରକ୍ତଧାରୀ ଲୋକଙ୍କ ନାମର ପ୍ରଥମ ଅକ୍ଷର।