ନାବାଳିକା ଦୁ୍ଷ୍କର୍ମ ମାମଲାରେ ୧୦ ବର୍ଷ ଜେଲ୍ । ଭଦ୍ରକରେ ୨୦୧୬ର ଘଟଣା, ୨୦୧୯ରେ ଦଣ୍ଡବିଧାନ ।

174

କନକ ବ୍ୟୁରୋ : ୩ ବର୍ଷ ପରେ ଦୁଷ୍କର୍ମ ପୀଡିତା ନାବାଳିକାକୁ ମିଳିଲା ନ୍ୟାୟ । ନାବାଳିକା ଯୌନ ଉତ୍ପୀଡନ ମାମଲାରେ ଅଭିଯୁକ୍ତକୁ ଆଜି ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ଲକ୍ଷ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଜଜ୍ । ସୂଚନା ଅନୁଯାୟୀ, ଗତ ୨୦୧୬ ମସିହା ଜାନୁୟାରୀ ମାସ ୧୧ ତାରିଖରେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ପଳିକିରି ଗ୍ରାମରେ ୮ ବର୍ଷର ନାବାଳିକାକୁ ପିଶାଚ ଭଳି ବାରମ୍ବାର ଦୁଷ୍କର୍ମ କରିଥିବା ସଇତାନ ଦିଗମ୍ବର ମାଝିକୁ ଶେଷରେ ମିଳିଲା ସଜା ।

ଅଭିଯୋଗ ମୁତାବକ, ପିଳିକିରି ଗ୍ରାମର ଦୟାନିଧି ମାଝିଙ୍କ ଯୌନପିପାସୁ ପୁଅ ଦିଗମ୍ବର ପଡୋଶୀ ଘରେ ପଶି ତାଙ୍କର ୮ ବର୍ଷର ନାବାଳିକାକୁ ଥରେ ନୁହେଁ ୨୪ ଘଣ୍ଟାରେ ୩ ଥର ଯୌନ ନିର୍ଯ୍ୟାତନା ଦେଇଥିଲା । ଏନେଇ ପରିବାର ଲୋକ ଜାଣିବା ପରେ, ନରରାକ୍ଷାସ ଦିଗମ୍ବର ବିରୋଧରେ ଧାମନଗର ଥାନାରେ ଅଭିଯୋଗ କରିଥିଲେ । ଏପରିକି ଏହି ଲୋମଟାଙ୍କୁରା ଘଟଣା ଭଦ୍ରକରୁ ବ୍ୟାପି ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ପୀଡିତାଙ୍କୁ ନ୍ୟାୟ ଦାବିରେ ପରିବାର ଲୋକଙ୍କ ସମେତ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ସ୍ୱର ଉଠିଥିଲା । ଶେଷରେ ଆଜି ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଣତି ଶାହା ଅଭିଯୁକ୍ତ ଦିଗମ୍ବରକୁ ଦଣ୍ଡ ଶୁଣାଇଛନ୍ତି ।