ଦଶରଥପୁର ବିଜେଡି କାର୍ଯ୍ୟାଳୟରେ ଦୁଷ୍କର୍ମ ମାମଲା । କେନ୍ଦୁଝରରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ସୂଚନା ଦେଲେ ଯାଜପୁର ଏସପି

30

କନକ ବ୍ୟୁରୋ : ଯାଜପୁର ଦଶରଥପୁର ବିଜେଡି କାର୍ଯ୍ୟାଳୟରେ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ । କେନ୍ଦୁଝରରୁ ଅଭିଯୁକ୍ତ ଚନ୍ଦ୍ରକାନ୍ତ ମହାପାତ୍ରକୁ ଗିରଫ କରିଛି ପୋଲିସ । ଏନେଇ ଯାଜପୁର ଏସପି ଚରଣ ସିଂ ମୀନା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ସରକାରୀ ଯୋଜନାରେ ଆସିଥିବା ବିଜୁ ପକ୍କାଘର ଓ ଭତ୍ତା ଟଙ୍କାର ଲୋଭ ଦେଖାଇ ଦଳୀୟ କାର୍ଯ୍ୟାଳୟକୁ ମହିଳାଙ୍କୁ ଡାକି ଦୁଷ୍କର୍ମ କରିଥିଲେ ବିଜେଡିର ଜଣେ ସ୍ଥାନୀୟ ନେତା । ଗତ ୧୧ ତାରିଖ ରାତିରେ ଏହି ଘଟଣା ଘଟିଥିଲା ।

ଗରିବ ପରିବାରର ମହିଳାଙ୍କ ପାଖକୁ ଫୋନ ଆସିଲା ବିଜେଡି ଅଫିସକୁ ଆସ, ତମର ବିଜୁ ପକ୍କାଘର ଆସି ଯାଇଛି ଏବଂ ସ୍ୱାମୀ ପରିତ୍ୟକ୍ତା ହୋଇଥିବାରୁ ୨ ଲକ୍ଷ ଟଙ୍କାର ଭତ୍ତା ବି ଆସିଛି । ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ରାତି ପ୍ରାୟ ୮ଟାରେ ଦଳୀୟ ଅଫିସକୁ ଡାକିଥିଲେ ଚନ୍ଦ୍ରକାନ୍ତ ମହାପାତ୍ର ନାମକ ଜଣେ ସ୍ଥାନୀୟ ବିଜେଡି ନେତା । ଏପରି କି ସେହି ସମୟରେ ନଆସିଲେ ତାଙ୍କର ନାଁରେ ଥିବା ଏହି ଅର୍ଥ ଫେରିଯିବ ବୋଲି ମଧ୍ୟ କହିଥିଲେ । ସେଠାରେ ମହିଳା ଜଣକ ପହଂଚିବା ପରେ ଅଫିସର କବାଟ ବନ୍ଦ କରିଦେଲେ ଚନ୍ଦ୍ରକାନ୍ତ ।

ବାରମ୍ବାର ନେହୁରା ହୋଇଥିଲେ ହେଁ ଅଭିଯୁକ୍ତ ତାଙ୍କୁ ଛାଡ଼ି ନଥିଲେ । ଶେଷରେ ଅସହାୟ ମହିଳା ଜଣକ ରାକ୍ଷସର ଶିକାର ହୋଇଗଲେ । ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ଅସହାୟତାର ସୁଯୋଗ ନେଇ ଏଭଳି ଅମାନବୀୟ କାଣ୍ଡ କରିଥିବା ଚନ୍ଦ୍ରକାନ୍ତଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବି ଜୋର ଧରିଥିଲା ।

ଦଶରଥପୁର ବିଜେଡି ଅଫିସରେ ମହିଳାଙ୍କୁ ଦୁଷ୍କର୍ମ ଘଟଣା ପରେ ରାଜନୈତିକ ପାଣିପାଗ ସରଗରମ ହୋଇଥିଲା। ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ତେବେ କୌଣସି କାର୍ୟ୍ୟାନୁଷ୍ଠାନ ହେବା ପୂର୍ବରୁ ବିଜେଡି ଅଫିସ ପାଲଟିଯାଇଥିଲା ଗୋଦାମ । ଦୁଇ ଦିନ ପୂର୍ବରୁ ଦଶପରଥପୁରର ଦୁଷ୍କର୍ମ ହୋଇଥିବା ଘର ବିଜେଡି ଅଫିସ ଥିଲା କିନ୍ତୁ ଏବେ ଏହି ଅଫିସ ଗୋଦାମ ପାଲଟିଛି । ଦଶରଥପୁର ବିଜେଡି ଅଫିସରେ ସ୍ଥାନୀୟ ଯୁବନେତା ଚନ୍ଦ୍ରକାନ୍ତ ମହାପାତ୍ର ବିଜୁ ପକ୍କା ଘର ଯୋଜନା ଓ ୨ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଘଟଣାର ୪ ଦିନ ପରେ ସଂପୃକ୍ତ ମହିଳା ଥାନାରେ ଏତଲା ଦେଇଥିଲେ ।