ସୁନ୍ଦରଗଡ ବଣାଇରେ ଲଜ୍ଜା : ୫ ବର୍ଷର ନାବାଳିକାକୁ ୧୫ ବର୍ଷୀୟ ନାବାଳକର ଦୁଷ୍କର୍ମ ଅଭିଯୋଗ

28

କନକ ବ୍ୟୁରୋ : ନାବାଳିକାକୁ ଦୁଷ୍କର୍ମ କଲା ନାବାଳକ । ଏପରି ଅଭିଯୋଗ ଆସିଛି ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ସୁଣ୍ଢିକୋଣ ଅଂଚଳରୁ । ୫ ବର୍ଷର ନାବାଳିକାକୁ ପଡୋଶୀ ଘରର ୧୫ ବର୍ଷୀୟ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାଟି ଘରେ ଏକୁଟିଆ ଥିବା ବେଳେ ଅଭିଯୁକ୍ତ ନାବାଳକ ଘରେ ପଶି ଦୁଷ୍କର୍ମ କରିଥିଲା । ବାପା, ମା’ ଘରକୁ ଫେରିବା ପରେ ଝିଅଟି କାନ୍ଦି କାନ୍ଦି ଘଟଣା ସମ୍ପର୍କରେ କହିଥିଲା । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ନାବାଳିକାକୁ ଗିରଫ କରି ପୋଲିସ ତଦନ୍ତ ଚଳାଇଛି ।

ଅନ୍ୟପଟେ ସୁନ୍ଦରଗଡରେ ପଥରଗାଡକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ସୁନ୍ଦରଗଡ ଜିଲ୍ଲା କୁତ୍ରା ଅଂଚଳରେ ହୋଇଥିବା ଏହି ସଂଘର୍ଷରେ ୬ ଜଣ ଆହତ ହୋଇଛନ୍ତି । କୁତ୍ରା ଅଂଚଳରେ ଶ୍ୟାମଲାଲ ଅଗ୍ରୱାଲ ନିଜ ଜମିରେ କରିଥିବା ପାଚେରୀ କାମ ଓ ଗଜପୋଷ ଠାରୁ ପଂଚରା ପର୍ଯ୍ୟନ୍ତ ରାସ୍ତାକାମକୁ ବିରୋଧ କରି ଗ୍ରାମସଭା କମିଟି ପଥରଗାଡି ଲଗାଇଥିଲେ । ପେଶା ବିରୋଧୀ କମିଟି ଏହି ପଥରଗାଡକୁ ବିରୋଧ କରିବା ସହ ଆଜି ସକାଳେ ପଥରଗାଡକୁ ଭାଙ୍ଗି ଦେଇଛନ୍ତି । ଯାହା ଫଳରେ ଦୁଇଗୋଷ୍ଠୀ ମଧ୍ୟରେ ଗଡପୋଷ ଛକଠାରେ ମାରପିଟ ହୋଇଥିଲା । ଦୁଇଗୋଷ୍ଠୀର ୬ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।