ଦୁଷ୍କର୍ମ କିମ୍ବା ଏସିଡ୍ ମାଡର ଶିକାର ହୋଇଥିବା ପୀଡିତାଙ୍କୁ ମିଳିବ ୭ଲକ୍ଷ ଟଙ୍କା ! ନିତିଶ ସରକାର ନେଲେ ଏଭଳି ନିଷ୍ପତ୍ତି ।

3

ବିହାର ରାଜ୍ୟ ମନ୍ତ୍ରୀ ପରିଷଦ ପୀଡ଼ିତ ପ୍ରତିକାର (ସଂଶୋଧନ) ସ୍କିମ ୨୦୧୮କୁ ସଂଶୋଧନ କରିଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁସାରେ ଦୁଷ୍କର୍ମ ଅଥବା ଏସିଡ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ସହାୟତା ମିଳିବ । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ସମ୍ପନ୍ନ ମନ୍ତ୍ରୀପରିଷଦର ବୈଠକ ପରେ ସାମ୍ବାଦିକଙ୍କୁ ସମ୍ବୋଧନ କରି ମନ୍ତ୍ରୀମଣ୍ଡଳ ସଚିବାଳୟ ବିଭାଗର ସ୍ୱତନ୍ତ୍ର ସଚିବ ଉପେନ୍ଦ୍ର ନାଥ ପାଣ୍ଡେ କହିଛନ୍ତି ବିହାର ପୀଡ଼ିତ ପ୍ରତିକାର ସ୍କିମ ୨୦୧୪ରେ ସଂଶୋଧନ କରାଯିବାର ଆବଶ୍ୟକତା ଥିଲା ।

ପାଣ୍ଡେ କହିଛନ୍ତି ପ୍ରସ୍ତାବିତ ଯୋଜନାରେ ଜିଲ୍ଲା ପୀଡ଼ିତ ପ୍ରତିକାର ପାଣ୍ଠି ଗଠନ କରାଯିବା ପ୍ରସ୍ତାବ ଅଛି । ସେ କହିଛନ୍ତି, ଭାରତୀୟ ଦଣ୍ଡ ସଂହିତା ଧାରା ୩୫୭-ଏ ୬ ଅନୁସାରେ ପୀଡ଼ିତଙ୍କୁ ଉପଲବ୍ଧ କରାଯାଇଥିବା ଚିକିତ୍ସା ଖର୍ଚ୍ଚ ପାଣ୍ଠିରୁ କରାଯିବ । ପାଣ୍ଡେ କହିଛନ୍ତି ପୀଡ଼ିତା ୧୪ ବର୍ଷରୁ କମ ହୋଇଥିଲେ ୫୦ ପ୍ରତିଶତରୁ ଅଧିକ ରାଶି ମିଳିବ ।

ନୀତିଶ ସରକାରଙ୍କ ନିଷ୍ପତ୍ତି ଯୋଗ୍ୟ ଅଟେ କିନ୍ତୁ ନୀତିଶ ସରକାରଙ୍କ ଏହି ନିଷ୍ପତ୍ତିରେ ୧୪ ବର୍ଷରୁ ଅଧିକ ବୟସର ଯୁବତୀ ମଧ୍ୟ ପ୍ରଶ୍ନ ଉଠାଇ ପାରନ୍ତି । ଏଭଳି ଦୁର୍ଘଟଣା ଯେକୌଣସି ମହିଳାଙ୍କ ସହିତ ହୋଇପାରେ । ଏହା ଯୁବତୀଙ୍କ ବୟସ ଦେଖି ହୋଇ ନଥାଏ । ନୀତିଶ ସରକାରଙ୍କ ନିଷ୍ପତ୍ତି ଯଦିଓ ସ୍ୱାଗତ ଯୋଗ୍ୟ । ତଥାପି ଏହା ୧୪ ବର୍ଷୀୟ ଯୁବତୀଙ୍କ କଲ୍ୟାଣ ପାଇଁ ହୋଇଛି । ଏହା ସମସ୍ତଙ୍କ ସହିତ ସମାନତା ନୁହେଁ ।

Comments are closed.