ମଣିଷ ନୁହଁ ବର୍ଷ ବର୍ଷ ଧରି ଦୁଷ୍କର୍ମର ଶିକାର ହେଉଥିଲା ଏହି ବଣ ମଣିଷ, ସାଜିଥିଲା ଜହ୍ଲାଦଙ୍କ ଭୋଗ୍ୟବସ୍ତୁ ।

4,918

ପ୍ରତିଦିନର ଖବର ଭିତରେ କିଛି ଶୁଣିବାକୁ ମିଳୁ କି ନ ମିଳୁ କିନ୍ତୁ ଦୁଷ୍କର୍ମ ଖବର ପ୍ରତ୍ୟେକ ଦିନ ଶୁଣିବାକୁ ମିଳେ । ମଣିଷ ଯେତେ ଆଧୁନିକ ହୋଇ ଯାଉଛି ସେତେ ନିର୍ଦ୍ଦୟ ତଥା ଅମଣିଷ ମଧ୍ୟ ହୋଇଯାଉଛି । କେବଳ ମହିଳା ନୁହଁ ଜୀବଜନ୍ତୁ ମଧ୍ୟ ଏଭଳି ସଇତାନଙ୍କ ଆଗରେ ସୁରକ୍ଷିତ ନୁହଁନ୍ତି ।

ଘଟଣାଟି ହେଉଛି ଇଣ୍ଡୋନେସିଆର । ଏଠାରେ ‘ପୋନି’ ନାମକ ଜଣେ ବଣମଣିଷକୁ ବର୍ଷ ବର୍ଷ ଧରି ଲୋକମାନେ ଦୁଷ୍କର୍ମ କରି ଆସୁଥିଲେ । କିଛି ନିର୍ଦ୍ଦୟ ଲୋକ ଖୁବ୍ କମ୍ ବୟସରୁ ପୋନିକୁ ଜଙ୍ଗଲରୁ ଚୋରି କରି ବେଶ୍ୟାଳୟରେ ଛାଡିଦେଇଥିଲେ । ସେଠାରୁ ୨ ପାଉଣ୍ଡ ଟଙ୍କା ବିନିମୟରେ ଯେ କେହିବି ଆସି ଏହି ନିରିହ ବଣମଣିଷ ସହ ଦୁଷ୍କର୍ମ କରୁଥିଲେ । ଜୀବଟିକୁ ଗ୍ରାହକଙ୍କ ଆଗରେ ମଣିଷ ଭଳି ପ୍ରସ୍ତୁତ କରିବା ପାଇଁ ଦେହର ସବୁ ଲୋମ କାଢିଦେବା ସହ ଗହଣା ପିନ୍ଧାଇ ମହିଳାଙ୍କ ଭଳି ଲୋକଙ୍କ ସାମ୍ନାରେ ପ୍ରସ୍ତୁତ କରାଯାଉଥିଲା ଏବଂ ରାତିତମାମ ଜୀବଟି ପ୍ରତି ଅତ୍ୟାଚାର ଚାଲୁଥିଲା । ତେବେ କାମ ସରିବା ପରେ ପୋନିକୁ ଏକ ଗଛରେ ବାନ୍ଧି ରଖାଯାଉଥିଲା । ଘଟଣାଟି ଏତେ ଗମ୍ଭୀର ହୋଇ ଯାଇଥିଲା ଯେ ପୁରୁଷଙ୍କୁ ଦେଖିବା କ୍ଷଣି ପୋନି ଡରରେ କାନ୍ଦୁଥିଲା । ବର୍ତ୍ତମାନ ସୁରକ୍ଷାକର୍ମୀମାନେ ପୋନିକୁ ଉଦ୍ଧାର କରିଛନ୍ତି ଏବଂ ପୋନିର ସ୍ୱାସ୍ଥ୍ୟବସ୍ତା ଗମ୍ଭୀର ଥିବାରୁ ସେ ପଶୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛି ।