ରେକର୍ଡ ଭାଙ୍ଗିଲା ରେପ୍ ! ଉପାନ୍ତରେ ନୁହେଁ ଟୁଇନ ସିଟିରେ କାମୁକଙ୍କ ଆତଙ୍କରାଜ୍

21

କନକ ବ୍ୟୁରୋ : କୌଣସି ଉପାନ୍ତ ଅଂଚଳ ନୁହେଁ । ବରଂ ଟ୍ୱିନସିଟିର ଏହି କଥା ଶୁଣିଲେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିବ । ଗତବର୍ଷ ୧୪୪ ଜଣ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଛି । ସବୁ ବର୍ଷ ଠାରୁ ଏ ସଂଖ୍ୟା ସବୁଠାରୁ ଅଧିକ । ସବୁଠାରୁ ଉଦବେଗର କଥା ହେଉଛି, ଏହି ସଂଖ୍ୟା ପ୍ରତ୍ୟକ ବର୍ଷ ବଢୁଛି ।

ତେବେ ପ୍ରଶ୍ନ ଉଠୁଛି କେବେ କମିବ ଏହି ସଂଖ୍ୟା । ବଛା ବଛା ଅଫିସର୍ ଓ ପୁଲିସ୍ କର୍ମଚାରୀଙ୍କୁ ନେଇ ଗଠିତ କମିଶନରେଟ୍ ପୁଲିସ୍ ପାଇଁ ଏହା ସବୁଠାରୁ ବଡ ଚ୍ୟାଲେଂଜ୍ ।

୨୦୧୬ରେ ୧୪୪ ଜଣ କାମୁକ ଯୁବକଙ୍କ ହାବୁଡରେ ପଡି ଦୁଷ୍କର୍ମରେ ଶିକାର ହୋଇଥିବା ବେଳେ ୨୦୧୫ରେ ୧୨୭ଜଣ ଯୁବତୀଙ୍କ ଅନୁରୂପ ଅବସ୍ଥା ହୋଇଥିଲା । ୨୦୧୨ରୁ ୨୦୧୬ ମଧ୍ୟରେ ୫୭୪ ଜଣ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି ।