ସୁପରହିଟ୍ ସିନେମା ‘ଚେନ୍ନାଇ ଏକ୍ସପ୍ରେସ୍’ର ପ୍ରଯୋଜକ କରିମ୍ ମୋରାନୀଙ୍କ ବିରୋଧରେ ଧର୍ଷଣ ଅଭିଯୋଗ

39

ସୁପରହିଟ୍ ସିନେମା ‘ଚେନ୍ନାଇ ଏକ୍ସପ୍ରେସ’ର ପ୍ରଯୋଜକ କରିମ୍ ମୋରାନୀଙ୍କ ବିରୋଧରେ ଧର୍ଷଣ ଅଭିଯୋଗ ହୋଇଛି । ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ୨୫ ବର୍ଷୀୟା ଜଣେ ଯୁବତୀ ।

ଅଭିଯୋଗ ଅନୁଯାୟୀ, ବିବାହର ପ୍ରତିଶୃତି ଦେଇ କରିମ୍ ପୀଡିତାଙ୍କ ସହ ବାରମ୍ବାର ଶାରୀରିକ ସଂପର୍କ ରଖିଥିଲେ । ହେଲେ ଏବେ ବିବାହ ପାଇଁ ମନା କରୁଛନ୍ତି । ତେବେ ପୁଲିସ୍ କରିମ୍ ବିରୋଧରେ ମାମଲା ରୁଜୁ କରିବା ସହ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।