ୟୁପି, ବିହାର ଶ୍ରମିକଙ୍କୁ ଗୁଜରାଟ ମନା । ଅଣଗୁଜୁରାଟୀଙ୍କ ଉପରେ ଆକ୍ରମଣ ପରେ ଫେରିବା ପାଇଁ ବିଭିନ୍ନ ରେଳ ଷ୍ଟେସନରେ ଭିଡ । ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଧମକ

46

କନକ ବ୍ୟୁରୋ: ୟୁପି, ବିହାର ଶ୍ରମିକଙ୍କୁ ଗୁଜରାଟ ମନା । ଭୟରେ ଗୁଜରାଟ ଛାଡୁଛନ୍ତି ୟୁପି, ବିହାର ଓ ମଧ୍ୟ ପ୍ରଦେଶରୁ ଆସି କାମ କରୁଥିବା ଶ୍ରମଜୀବୀ । ୧୪ ମାସର ଝିଅ ସହ ଦୁଷ୍କର୍ମ ପରେ ଅସମ୍ଭାଳ ହେବାରେ ଲାଗିଛି ଗୁଜରାଟ୍ ସ୍ଥିତି । ଗୁଜରାଟ ସାବରକଣ୍ଠା ଅଂଚଳରେ ଏହି ବଳାକ୍ରାର ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକେ ଅଣଗୁଜରାଟୀ ଅର୍ଥାତ୍ ୟୁପି, ବିହାର ଓ ମଧ୍ୟପ୍ରଦେଶରୁ ଆସିଥିବା ଶ୍ରମିକଙ୍କ ଉପରେ ଆକ୍ରମଣ କରିଛନ୍ତି ।

ଏହି ଘଟଣାରେ ବର୍ତମାନ ପର୍ଯ୍ୟନ୍ତ ୪୨ଟି ମାମଲା ରୁଜୁ ହୋଇଥିବା ବେଳେ ୩୪୨ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ଏହାକୁ ନେଇ ଗୁଜରାଟର ୬ଟି ଜିଲ୍ଲାରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ସେପଟେ  ୨୮ ତାରିଖରେ ସାବରକଣ୍ଠା ଅଂଚଳରେ ଜଣେ ୧୪ ମାସର ଶିଶୁକନ୍ୟା ସହ ଦୁଷ୍କର୍ମ ଅଭିଯୋଗରେ ବିହାର ଅଂଚଳର ଜଣେ ଯୁବକଙ୍କୁ ପୁଲିସ୍ ଗିରଫ କରିଥିଲା ଓ ପରେ ଏହାକୁ ନେଇ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ବର୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ହିଂସାପ୍ରବଣ ଜିଲ୍ଲାଗୁଡ଼ିକରେ ୧୭ କମ୍ପାନୀ ସିଆରପିଏଫ୍ ଯବାନଙ୍କୁ ମୁତୟନ କରାଯାଇଥିବା ଜଣାପଡ଼ିଛି ।

ସେପଟେ, ଗୁଜୁରାଟରେ ୟୁପି ଓ ବିହାର ଶ୍ରମିକ ଭୟରେ ଛାଡୁବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ନେତା ସଞ୍ଜୟ ନିରୂପମ କହିଛନ୍ତି ମୋଦି କେମିତି ବିହାର ଆସିବେ ।