ମନ୍ଦିର ଭିତରେ ମହାପାପ ! ପୂଜକ ସାଜିଲେ ସଇତାନ, ମହିଳାଙ୍କୁ କଲେ ଦୁର୍ବ୍ୟବହାର ।

334

କନକ ବ୍ୟୁରୋ : ମନ୍ଦିର ଭିତରେ ଦୁଷ୍କର୍ମ । ଏଭଳି ସଂଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶି ଥାନା ଅଂଚଳରେ । ଜଣେ ମହିଳା ଘରେ ସ୍ୱାମୀଙ୍କ ସହ ପାଟିତୁଣ୍ଡ କରି ଗତ ୨୯ ତାରିଖ ଦିନ ପଳାଇ ଆସିଥିଲେ । ଯାହାର ସୁଯୋଗ ନେଇ ଏହି ଅଂଚଳର ଏକ ମନ୍ଦିରର ପୂଜା କରୁଥିବା ପୂଜକ ରଘୁନାଥ ପଣ୍ଡା ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାସ୍ତାରୁ ମହିଳାଙ୍କୁ ଡାକି ଆଣି ମନ୍ଦିର ଭିତରେ ଦୁଷ୍କର୍ମ କରିଥିବା ଡେରାବିଶି ଥାନାରେ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଡେରାବିଶି ଅଞ୍ଚଳର ୪୦ ବର୍ଷୀୟା ମହିଳା ରଶ୍ମିତା ନାଏକ ତାଙ୍କ ସ୍ୱାମୀଙ୍କ ସହ ପାଟିତୁଣ୍ଡ ହେବାରୁ ସେ ଗତ ୨୯ ତାରିଖ ଦିନ ରାତିରେ ଘରୁ ପଳାଇ ଆସିଥିଲେ । ଘରୁ ଆସିବା ପରେ ବାଟରେ ସ୍ଥାନୀୟ ଅଞ୍ଚଳର ଜଣେ ପୂଜକଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଯାହାର ନାମ ହେଉଛି ରଘୁନାଥ ପଣ୍ଡା ଓରଫ କାଳିଆ ନନା । ମହିଳା ଜଣଙ୍କୁ ମନ୍ଦିର ପୂଜକ ରାତିରେ ନେଇ ମନ୍ଦିରରେ ରଖିଥିଲେ । ଏବଂ ବିଳମ୍ବିତ ରାତିରେ ତାଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ବୋଲି ରଶ୍ମିତା ଡେରାବିଶି ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ଏତଲା ଦାୟର ହେବା ପରେ ଡେରାବିଶି ଥାନା ପୋଲିସ ଅଭିଯୁକ୍ତ କାଳିଆ ନନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।