ଚଳନ୍ତା ଗାଡିରେ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ : ଫିଲ୍ମ ଷ୍ଟାଇଲରେ ୩ ଯୁବକଙ୍କୁ କାବୁ କଲା ପୁଲିସ

64

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚଳନ୍ତା ଗାଡିରେ ଅଭିନେତ୍ରୀଙ୍କୁ ଦୁଷ୍ମର୍ମ ଉଦ୍ୟମ ଅଭିଯୋଗ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ବରମୁଣ୍ଡା ଓଭର ବ୍ରିଜରେ ଅଭିନେତ୍ରୀଙ୍କୁ କିଛି ଯୁବକ ବୋଲେରୋ ଭିତରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଖଣ୍ଡଗିରି ପୁଲିସ ୩ ଜଣଙ୍କୁ ଅଟକ ରଖିବା ସହ ବୋଲେରୋକୁ ଜବତ କରିଛି । ଗତକାଲି ରାତି ପ୍ରାୟ ସାଢେ ୧୨ଟାରେ ସୁଟିଂ ସେଟରୁ ଅଭିନେତ୍ରୀ ଜଣକ କିଛି ବନ୍ଧୁଙ୍କ ସହ ଫେରୁଥିଲେ ।

ବରମୁଣ୍ଡା ବସଷ୍ଟାଣ୍ଡରେ ବୋଲେରୋରେ ୩ଜଣ ଯୁବକ ଆାସି ତାଙ୍କୁ ଅଟକାଇବା ସହ ଗାଡିରେ ଜୋରଜବରଦସ୍ତ ବସେଇ ଅପହରଣ ଉଦ୍ୟମ କରିଥିଲେ । ଏହା ପରେ ଗାଡି ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ସହ ତାଙ୍କଠାରୁ ମୋବାଇଲ ଓ ପର୍ସ ଛଡାଇନେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଚିଂ ୩ ଜଣ ଯୁବକଙ୍କୁ କାବୁ କରିଥିଲା । ବାଙ୍କନିଧି ସାହୁ , ଡ୍ରାଇଭର ଶିଶିର ନାୟକ ଓ ବିକାଶ ବେହେରାଙ୍କୁ ଖଣ୍ଡଗିରି ଥାନା ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।