ଡନ୍ ନେତାଙ୍କ ରେପ୍ ଭିଡିଓ

0

ଡନ୍ ନେତାଙ୍କ ରେପ୍ ଭିଡିଓ । ଏମିତି ଏକ ସଙ୍ଗୀନ୍ ଅଭିଯୋଗ ଆସିଛି ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନାଙ୍କ ବିରୋଧରେ । ଗିରଫ ହେବାର ପ୍ରାୟ ୧ ମାସକ ପରେ ଜଣେ ମହିଳା ରମେଶଙ୍କ ବିରୋଧରେ ବଳାକ୍ତାରର ଅଭିଯୋଗ ଆଣିଛନ୍ତି । ଏପରିକି ସେ କହିଛନ୍ତି ବଳାକ୍ରାରର ଭିଡିଓ ସୁଂଟି କରି ରମେଶ ତାଙ୍କୁ ବ୍ଲାକମେଲିଂ କରି ଚାଲିଥିଲେ । ତେବେ ଡନ୍ ଗିରଫ୍ ହେବା ପରେ ସେ ପୁଲିସ୍ ନିକଟରେ ଅଭିଯୋଗ କରିବାକୁ ସାହାସ କରିଛନ୍ତି ।

ମହିଳାଙ୍କ ଅଭିଯୋଗ ମୂତାବକ ରମେଶ ତାଙ୍କୁ ଧମକ୍ ଦେଇ ବାରମ୍ବାର ଧର୍ଷଣ କରୁଥିଲେ । ଆଉ ବାହାରେ ତାଙ୍କ ଭଡାଟିଆ ଗୁଣ୍ଡା ଜଗୁଥିଲେ । କେବଳ ସେତିକି ନୁହେଁ ଧର୍ଷଣର ଭିଡିଓ ମଧ୍ୟ ରମେଶ ପ୍ରସ୍ତୁତ କରିଥିଲେ । ଆଉ ଏ ବିଷୟରେ ମୁହଁ ଖୋଲିଲେ ହତ୍ୟା ସହ ଏମ୍ଏମ୍ଏସ୍ ଧମକ ମଧ୍ୟ ଦେଉଥିଲେ ।

ବ୍ରହ୍ମପୁରର ବାହୁବଳୀ ନେତାଙ୍କୁ ପୁଲିସ ଗିରଫ କରିବା ପରେ ଲୁଟ, ଦାଦାବଟି ଆଦାୟ, ଜମି ଛଡାଇ ନେବା, ବେଆଇନ ମଦ କାରବାର ଏପରିକି ହତ୍ୟା ଷଡଯନ୍ତ୍ରର ଅଭିଯୋଗ ଆସିଛି । ହେଲେ ପ୍ରଥମ ଥର ପାଇଁ ଡନ୍ ନେତାଙ୍କ ବିରୋଧରେ ଆସିଛି ଧର୍ଷଣର ଅଭିଯୋଗ ।

Comments are closed.