ବିଧାୟକ ଜର୍ଜ ତିର୍କୀଙ୍କ ପୁଅ ନାଁରେ ଦୁଷ୍କର୍ମ ଅଭିଯୋଗ !

61

କନକ ବ୍ୟୁରୋ : ବିଧାୟକଙ୍କ ପୁଅ ନାଁରେ ଦୁଷ୍କର୍ମ ଅଭିଯୋଗ । ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କ ପୁଅ ରାକେଶ ଜୋଜୋ ତିର୍କୀଙ୍କ ନାଁରେ ରାଉରକେଲା ମହିଳା ଥାନାରେ ଏତଲା ଦେଲେ ଯୁବତୀ । ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କ ଶହ ଶାରିରୀକ ସମ୍ପର୍କ ରଖିବା ପରେ ଏବେ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ଅଭିଯୋଗକାରୀଣି । ଅଭିଯୋଗ ପାଇବା ପରେ ଆଇପିସି ଧାରା ୩୭୬, ୫୯୪ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି ରାଉରକେଲା ପୁଲିସ୍ । ତେବେ ଯୁବତୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜର୍ଜ ତିର୍କୀ । କହିଛନ୍ତି ତାଙ୍କ ପୁଅକୁ ବଦନାମ କରବା ପାଇଁ ଯୁବତୀ ଜଣକ ଏଭଳି କରିଛନ୍ତି । କିନ୍ତୁ ରାକେଶଙ୍କର କୋ÷ଣସି ପ୍ରତିକ୍ରିୟା ମିଳିପାରି ନାହିଁ ।