କେନ୍ଦୁଝର ଘଟଗାଁରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ : ୩ ଅଭିଯୁକ୍ତଙ୍କୁ ଗିରଫ

45

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଘଟଗାଁରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଗତକାଲି ବିଳମ୍ବିତ ରାତିରେ ନାବାଳିକା ଜଣଙ୍କୁ ଅଭିଯୁକ୍ତମାନେ ଉଠାଇ ନେଇ ନିକଟସ୍ଥ ଜଙ୍ଗଲକୁ ଉଠାଇ ନେଇଥିଲେ । ପରେ ସେଠାରେ ଜଣେ ପରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

କେବଳ ଏତିକି ନୁହେଁ ଏନେଇ କାହାରିକୁ ନକହିବା ପାଇଁ ଧମକ ଦେବା ସହ ନାବାଳିକା ଜଣଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ କରିଥିଲେ । ଏନେଇ ପୀଡିତାଙ୍କ ପରିବାର ଲୋକ ଘଟଗାଁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ବରାଳ ନାୟକ, ଶ୍ରୀକାନ୍ତ ନାୟକ ଓ କେଦାର ନାୟକକୁ ଗିରଫ କରିଛି ।

ଦେଖନ୍ତୁ ଏହି ଭିଡିଓ