ନାବାଳିକାଙ୍କୁ ଗଣଦୁଷ୍କର୍ମ : ମୋବାଇଲରେ କଏଦ୍ ହେଲା ଅଶ୍ଲିଳ ଭିଡିଓ

46

ଜଗତସିଂହପୁର : ନାବାଳିକାଙ୍କୁ ଗଣଦୁଷ୍କର୍ମ । ମୋବାଇଲରେ କଏଦ୍ ହେଲା ଅଶ୍ଲିଳ ଭିଡିଓ । ଆଉ ତା’ପରେ ବ୍ଲାକମେଲିଂ ନାଁରେ ଯୌନ ଶୋଷଣ। ଦୀର୍ଘ ୪ ମାସ ଧରି ଚାଲିଲା ଦୁଷ୍କର୍ମ। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅଂଚଳରେ ।
ସ୍କୁଲ ଯାଇଥିବା ୧୫ ବର୍ଷୀୟ ଏହି ନାବାଳିକାକୁ ଟେକି ନେଇଥିଲେ ବରୁଣ୍ଡି ଗାଁର ପୁନ ସାହୁଙ୍କ ପୁଅ ବାପି ସାହୁ ଏବଂ ବାଲିଢ଼ି ଗାଁର ସୁକଦେବ ସାହୁଙ୍କ ପୁଅ ଆଲୋକ ସାହୁ । ଆଉ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ । ଜଣେ ବଳାତ୍କାର କରୁଥିବା ବେଳେ ଅନ୍ୟ ଜଣେ ଏହି ଦୃଶ୍ୟକୁ ମୋବାଇଲରେ କଏଦ କରୁଥିଲେ । ଏସଂପର୍କରେ କାହାକୁ ଜଣାଇଲେ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ଦେଇଥିଲେ ।

ରେକର୍ଡିଂ ଭିଡିଓ ପ୍ରଘଟ କରିଦେବା ଭୟ ଦେଖାଇ ବାପି ସାହୁ ଦୀର୍ଘ ୪ ମାସ ଧରି ଏକାଧିକ ଥର ନାବାଳିକୁ ଦୁଷ୍କର୍ମ କରିଥିଲେ । ତେବେ ସୋସିଆଲ ମିଡ଼ିଆରେ ଏହି ଫଟୋ ଛାଡ଼ିବା ପରେ ସ୍ଥାନୀୟ ଅଂଚଳର କିଛି ଯୁବକ ଦେଖି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଏହି ଘଟଣା ନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।
ସ୍କୁଲ ଯାଇଥିବା ଜଣେ ନାବାଳିକାଙ୍କୁ ଗଣବଳାତ୍କାର ଏବଂ ଭିଡିଓ ରେକର୍ଡିଂ କରି ଶୋଷଣ କରିବା ଘଟଣା ପିଲାଙ୍କ ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନବାଚୀ ଛିଡ଼ା କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –