ନଭେମ୍ବର ୧୦ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବେ ରଣବୀର-ଦୀପିକା ! ଇଟାଲିରେ ହୋଇପାରେ ବିବାହ ।

36
ବଲିଉଡ଼ର ବାଜିରାଓ-ମସ୍ତାନି ଭାବରେ ଜଣା ଯାଉଥିବା ରୋମାଣ୍ଟିକ୍ ଯୋଡ଼ି ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ନଭେମ୍ବର ୧୦ରେ ଦୁଇ ଜଣଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ୫ମାସ ପୂର୍ବରୁ ଦୁଇ ଜଣଙ୍କର ନିର୍ବନ୍ଧ ହୋଇ ସାରିଥିବା ବେଳେ ଏବେ ଦୁଇ ଜଣଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ଦୁହିଁଙ୍କ ବିବାହ ନଭେମ୍ବର ୧୯ରେ ହେବ ବୋଲି ଧାର୍ୟ୍ୟ କରାଯାଇଥିବା ବେଳେ ଏବେ ଏହାକୁ ବଦଳାଇ ନଭେମ୍ବର ୧୦ କରାଯାଇଥିବା ଜଣା ପଡ଼ିଛି ।
ସୂଚନା ମୁତାବକ, ଏହି ଦୁଇ ପ୍ରେମୀଯୁଗଳଙ୍କ ନିର୍ବନ୍ଧ ଦୀପିକା ପାଦୁକୋନଙ୍କ ଜନ୍ମଦିନରେ କରାଯାଇଥିଲା । ଜାନୁଆରି ୫ରେ ଦୀପିକାଙ୍କ ଜନ୍ମଦିନ ପାର୍ଟିରେ ସଂପର୍କିୟଙ୍କ ଉପସ୍ଥିତିରେ ଦୁଇ ଜଣଙ୍କ ନିର୍ବନ୍ଧ ସମ୍ପର୍ଣ୍ଣ ହୋଇଥିଲା । ପୂର୍ବରୁ ଦୁଇ ଜଣଙ୍କ ବିବାହ ଉଦୟପୁରରେ ହେବାକୁ ଥିବା ବେଳେ ଏବେ ବେଙ୍ଗାଲୁରୁ ବା ଇଟାଲିରେ ଦୁହେଁ ବିବାହ କରିବେ ବୋଲି ସୂଚନା ମିଳିଛି । ବିବାହ ପରେ ମୁମ୍ବାଇରେ ବିବାହ ଭୋଜି ରଖାଯିବ ।