ଖିଲଜୀଙ୍କୁ ମିଳିବ ପୁରଷ୍କାର! ରଣବୀର୍ ସିଂହଙ୍କୁ ମିଳିବ ଦାଦା ସାହେବ ଫାଲ୍କେ ଆୱାର୍ଡ । 

64

ଚଳିତ ବର୍ଷଟି ରଣବୀର୍ ସିଂହଙ୍କ ପାଇଁ ଯେମିତି ଶୁଭ ସାବ୍ୟସ୍ତ ହୋଇଛି । ସିନେମା ପଦ୍ମାବତରେ ତାଙ୍କର ଦମଦାର୍ ଅଭିନୟକୁ ଦର୍ଶକ ଏପର୍ଯ୍ୟନ୍ତ ଭୁଲି ପାରିନାହାନ୍ତି । ଏହି ସିନେମ।।ରେ ସେ ଆଲ୍ଲାଉଦ୍ଦିନ୍ ଖିଲଜୀ ଭୂମିକାରେ ଅଭିନୟ କରିଥିଲେ । ଖବର ମୁତାବକ ଏହି ସିନେମାରେ ନିଖୁଣ ଅଭିନୟ ପାଇଁ ତାଙ୍କୁ ଦାଦା ସାହେବ ଫାଲ୍କେ ଏକ୍ସଲେନ୍ସ ପୁରଷ୍କାରରେ ପୁରଷ୍କୃତ କରାଯିବ ।

ଦାଦା ସାହେବ ଫାଲ୍କେ ଏକ୍ସଲେନ୍ସ ସମିତି ତରଫରୁ ଏହାକୁ ଘୋଷଣା କରାଯାଇଛି । ସମିତି ସଦସ୍ୟଙ୍କ କହିବାନୁସାରେ ରଣବୀର୍ ସିଂହଙ୍କ ଅଭିନୟ ପରାକାଷ୍ଠା ଖୁବ ଚମତ୍କାର । ତାଙ୍କ ଅଭିନୟରେ ଆକୃଷ୍ଟ ହୋଇ ସମିତି ତାଙ୍କୁ ଦାଦା ସାହେବ ଫାଲ୍କେ ଏକ୍ସଲେନ୍ସ-୨୦୧୮ ପୁରଷ୍କାରରେ ଶ୍ରେଷ୍ଠ ଅଭିନେତା ପୁରଷ୍କାର ଦେବାକୁ ନିଷ୍ପତ୍ତି ନେଇଛି ।

ସିନେମା ପଦ୍ମାବତ ବକ୍ସ ଅଫିସରେ ୩୦୦ କୋଟି ଟଙ୍କାର କଲେକ୍ସନ୍ କରିଥିବାବେଳେ ଏହାର ନିର୍ମାତା ଥିଲେ ସଂଜୟ ଲୀଲା ଭନସାଲୀ । ଫିଲ୍ମଟି ହିଟ ହେବାସହ କନ୍ଦଳ ଘେରକୁ ମଧ୍ୟ ଚାଲି ଆସିଥିଲା । ସିନେମାରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ଅଭିନେତା ସାହିଦ୍ କପୁର ମଧ୍ୟ ନଜର ଆସିଥିଲେ ।