ସିନେମା ‘ପଦ୍ମାବତ୍’ର ଖିଲଜିରୁ ‘ଗଲି ବୟ’ ! ରଣବୀର ସିଂଙ୍କ ପରିବର୍ତ୍ତନ ଦେଖି ଆପଣ ବି ହେବେ ଆଶ୍ଚର୍ଯ୍ୟ

70

ରଣବୀର ସିଂ ସିନେମା ପାଇଁ କଡ଼ା ପରିଶ୍ରମ କରନ୍ତି । ଭୂମିକାକୁ ଜୀବନ୍ତ କରିବା ପାଇଁ ସେ ସବୁବେଳେ ଚେଷ୍ଟା ଚଳାଇ ଥାଆନ୍ତି । ଯାହା ତାଙ୍କ ସିନେମାରେ ଦେଖାଯାଏ ମଧ୍ୟ । ବିଭିିନ୍ନ ସିନେମାର ତାଙ୍କ ଅଭିନୟ ଦେଖି ଏକଥା ଆପଣ ନିଜେ ଅନୁମାନ କରିପାରୁଥିବେ । ‘ରାମଲୀଲା ଠାରୁ ଆରମ୍ଭ କରି ଡ଼ବାଜିରାଓ ମସ୍ତାନୀ’ ଓ ‘ବେଫିକ୍ରେ’ ଆଦି ସିନେମା ତାଙ୍କ କଠିନ କରିଶ୍ରମର ଜ୍ୱଳନ୍ତ ଉଦାହରଣ । ସିନେମା ପାଇଁ ସେ ନିଜର ଲୁକ ଠାରୁ ଆରମ୍ କରି ଭାଷା ପର୍ଯ୍ୟନ୍ତୁ ସବୁ ଉପରେ ବେଶ୍ ନଜର ରଖନ୍ତି ।

ରଣବୀର ସିଂଙ୍କ ସିନେମା ‘ପଦ୍ମାବତ’ରେ ସେ ଆଲ୍ଲାଉଦ୍ଦୀଦ ଖିଲଜିଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଖିଲଜିଙ୍କ ଭୂମିକା ପାଇଁ ରଣବୀର ବହୁତ ପରିଶ୍ରମ କରି ବହୁତ ଝାଳ ମଧ୍ୟ ବୁହାଇଛନ୍ତି । ରଣବୀର ନିଜର ଆଗାମୀ ସିନେମା ‘ଗଲି ବୟ’ରେ ସେ ବସ୍ତିରେ ରହୁଥିବା ଜଣେ ଯୁବଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଏପରିସ୍ଥଳେ ନିଜ ଭୂମିିକା ପାଇଁ ରଣବୀରା ନିଜର ଓଜନ କମାଇବା ସହ ନିଜକୁ ଏପରି ପରିବର୍ତ୍ତନ କରିଛିନ୍ତି ଯାହା ନଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ।

‘ଗଲି ବୟ’ର ନିର୍ଦ୍ଦେଶକ ଜୋୟା ଅଖତାରଙ୍କ ସହ ରଣବୀର ସିଂଙ୍କର ଏହା ଦ୍ୱିତୀୟ ସିନେମା । ଏହି ସିନେମାରେ ପ୍ରଥମ ଥର ପାଇଁ ଆଲିୟା ଭଟ୍ଟ ଓ ରଣବୀର ସିଂଙ୍କ ଯୋଡ଼ି ଏକାଠି ନଜର ଆସିବେ । ଜୋୟାଙ୍କ ସିନେମା ପାଇଁ ତାଙ୍କ ଭାଇ ଫରହାନ ଅଖତାର ଡାଇଲଗ୍ ଲେଖୁଛନ୍ତି । ସୂଚନାଯୋଗ୍ୟ ନୂଆ ସିନମୋ ପାଇଁ ରଣବୀର କେବଳ ଶରୀର ନୁହେଁ ନିଜର ଦାଢ଼ି ଓ କେଶ ମଧ୍ୟ କାଟି ଦେଇଛନ୍ତି । ଏହି ସିନେମାରେ ରଣବୀର ସିଂ ଜଣେ ରାପର ଭୂମିକାରେ ନଜର ଆସିବେ । ଜୋୟା ଅଖତାରଙ୍କ ଏହି ସିନେମା, ଏକ ଏପରି ଯୁବକଙ୍କ କାହଣୀ ଉପରେ ଆଧାରତି ଯିଏ ମୁମ୍ବାଇର ଝୁଗି ବସ୍ତିରେ ରହେ ଆଉ କଠିନ ପରିଶ୍ରମ ବଳରେ ପରେ ଜଣେ ରାପର ହୋଇପାରେ ।