କ୍ରିକେଟ ଗ୍ରାଉଣ୍ଡରେ ଜଲୱା ଦେଖାଇବେ ବଲିଉଡ଼୍ ବାଜିରାଓ ! ‘୮୩’ ସିନେମାରେ ତାରକା କ୍ରିକେଟର କପିଳଦେବଙ୍କ ଭୂମିକାରେ ନଜର ଆସିବେ ରଣବୀର ସିଂହ

39

କ୍ରିକେଟ ଗ୍ରାଉଣ୍ଡରେ ନିଜର ଜଲୱା ଦେଖାଇବେ ରଣବୀର । ଆଗାମୀ ସିନେମା ‘୮୩’ରେ ଷ୍ଟାର କ୍ରିକେଟର କପିଳଦେବଙ୍କ ଭୂମିକାରେ ନଜର ଆସିବେ ରଣବୀର ସିଂହ । ୧୯୮୩ କ୍ରିକେଟ ବିଶ୍ୱକପ୍ ଉପରେ ଫିଲ୍ମଟି ଆଧାରିତ । ସିନେମାରେ କପିଳଦେବଙ୍କ ନେତୃତ୍ୱରେ କିଭଳି ଏକ ନୂଆ ଟିମ୍ ୱେଷ୍ଟଇଣ୍ଡିଜକୁ ହରାଇଲା । ଏବଂ ଅର୍ନ୍ତଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିଲା ତାର ଝଲକ ଦେଖିବାକୁ ମିଳିବ ଏହି ସିନେମାରେ । ନିର୍ଦ୍ଦେଶକ କବିର ଖାନ୍ କହିଛନ୍ତି କି ୧୯୮୩ରେ ଭାରତ ବିଶ୍ୱକପ ଜିତିବା ପରେ କ୍ରିକେଟର ଚିତ୍ର ବଦଳିଯାଇଛି । ସେହି ମୁହୁର୍ତ୍ତକୁ ଭବିଷ୍ୟତ ପୀଢିକୁ ସିନେମା ମାଧ୍ୟମରେ ଜଣାଇବା ପ୍ରୟାସ ହେଉଛି । ସିନେମାଟି ଆସନ୍ତା ବର୍ଷ ଏପ୍ରିଲ ୫ରେ ରିଲିଜ ହେବାର ଅଛି ।

ସୂଚନାଯୋଗ୍ୟ ରଣବୀର ସିଂ ଏବେ ତାଙ୍କର ଆଗାମୀ ସିନେମା ‘ପଦ୍ମାବତୀ’ ପାଇଁ ବ୍ୟସ୍ତ ଅଛନ୍ତି । ବହୁ ବାଦ ବିବାଦ ଭିତରେ ତିଆରି ହୋଇଛି ସିନେମା । ‘ପଦ୍ମାବତୀ’ଙ୍କ ଆତ୍ମଜୀନବୀ ଉପରେ ଆଧାରିତ ଏହି ସିନେମା । ପଦ୍ମାବତୀ ଭୂମିକାରେ ନଜର ଆସିବେ ଦୀପିକା ପାଦୁକୋନ । ରଣଣୀର ସିଂ ଆଲ୍ଲାଉଦିନ ଖିଲିଜି ଓ ଶାହିଦ କପୁର ରାଜା ରତନ ସିଂ ଭୂମିକାରେ ଅଭିନୟ କରୁଛନ୍ତି । ଏହି ସିନେମାରେ ଆଦିତି ରାଓ ହାଇଦ୍ରୀ ମଧ୍ୟ ଏକ ଗୁରୁତ୍ୱପର୍ଣ୍ଣ ଭୂମିକାରେ ନଜର ଆସିବେ । ଭନସାଲୀଙ୍କ ଏହି ସିନେମା ପୂର୍ବରୁ ଅନେକ ମୁସ୍କିଲର ସାମ୍ନା କରିସାରିଛି ପ୍ରଥମେ ଜୟପୁରରେ ସୁଟିଂ ସମୟରେ ସିନେମାକୁ ବିରୋଧ ପ୍ରଦର୍ଶନ ଆଉ ଏବେ ପୁଣି ଥରେ ଆଠ ମାସ ପାଇଁ ଘୁଞ୍ଚିଗଲା ସିନେମାର ରିଲିଜ ତାରିଖ ।