ବାଜିରାଓ ମସ୍ତାନୀଙ୍କ ଖୁଲମ୍ ଖୁଲା ପ୍ରେମ ! ଆୱାର୍ଡ ନେବା ପୁର୍ବରୁ ଦୀପିକାଙ୍କୁ କିସ୍ କଲେ ରଣବୀର୍

47

ନିଜ ପ୍ରେମକୁ ଆଉ ଲୁଚାଇବା ମୁଡରେ ନାହାନ୍ତି ବାଜିରାଓ ମସ୍ତାନୀର ଯୋଡି । ଏହାର ପ୍ରମାଣ ଦେଖିବାକୁ ମିଳିଛି ନିକଟରେ ହୋଇଥିବା ଏକ ଆୱାର୍ଡ ପ୍ରୋଗ୍ରାମରେ । ଏହି ପ୍ରୋଗ୍ରାମରେ ରଣବୀର କପୁରଙ୍କୁ ଇଂଟରନ୍ୟାସନାଲ୍ ମ୍ୟାନ୍ ଅଫ ଦ ଇୟର ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ଯେଉଁଠି ସମସ୍ତଙ୍କ ସାମ୍ନାରେ ଦୀପିକାଙ୍କ ପ୍ରତି ଥିବା ନିଜ ପ୍ରେମକୁ ଜାହିର୍ କରିଥିଲେ ରଣବୀର୍ ।

ଆୱାର୍ଡ ନେବା ପାଇଁ ମଞ୍ଚ ଉପରକୁ ଯିବା ପୂର୍ବରୁ ରଣବୀର ତାଙ୍କ ଲେଡି ଲଭ୍ ଦୀପିକାଙ୍କୁ ସମସ୍ତଙ୍କ ସାମ୍ନାରେ କିସ୍ କରିଥିଲେ । ଆଉ ସେଇ ମୁହୂର୍ତ୍ତରେ ଦୀପିକାଙ୍କ ଚେହେରାର ରଙ୍ଗ ମଧ୍ୟ ବଦଳି ଯାଇତିଲା ଓ ସେ ଲାଜେଇ ଯାଇଥିଲେ । ରଣବୀରଙ୍କୁ ଏହି ଆୱାର୍ଡ ମିଳିବା ପରେ ଦୀପିକା ବହୁତ ଖୁସି ନଜର ଆସିଥିଲେ ।

କିଛି ଦିନ ପୂର୍ବରୁ ଦୀପିକା ପାଦୁକୋନ୍ ଓ ରଣବୀର୍ କପୁରଙ୍କ ବ୍ରେକ ଅପ୍ ଖବର ଚର୍ଚ୍ଚାରେ ଥିଲା । ହେଲେ ଏହି ଖବର ଉପରେ ପୂର୍ଣ୍ଣଛେଦ ପଡିଥିଲା ଯେତେବେଳେ ଅମ୍ବାନୀ ପରିବାରର ଏକ ପାର୍ଟିରେ ଉଭୟଙ୍କୁ ପରସ୍ପରର ହାତ ଧରି ହୋଇ ପାର୍ଟି ଉପଭୋଗ କରୁଥିବାର ଦେଖା ଯାଇଥିଲା ।