ସାମ୍ନାକୁ ଆସିଲା ଦୀପ୍-ବୀରଙ୍କ ହଳଦୀର ଫଟୋ ! ଗାଲରେ ହଳଦୀ ଲଗାଇ ସେଲଫି ନେଉଛନ୍ତି ବାଜିରାଓ ।

113

ବଲିଉଡ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ନଭେମ୍ବର ୧୪, ୧୫ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବିବାହ ପୂର୍ବରୁ ଦୁହିଁଙ୍କ ଘରେ ବିବାହ ପୂର୍ବରୁ ରିତି ନିତି ଆରମ୍ଭ ହୋଇଯାଇଛି । ନିକଟରେ ସୋସିଆଲ ମିଡିଆରେ ରଣବୀର ସିଂଙ୍କ ହଳଦୀ ସେରେମୋନିର ଫଟୋ ସାମ୍ନାକୁ ଆସିଛି । ଫଟୋରେ ରଣବୀର ଗାଲରେ ହଳଦୀ ଲଗାଇଥିବାର ଦେଖିବାକୁ ମିଳିଛି । ଫଟୋରେ ବାଜିରାଓ ନିଜ ପରିଜନଙ୍କ ସହିତ ବହୁତ ଖୁସି ଥିବା ନଜର ଆସିଥିଲେ ।

ମାନବ ମଙ୍ଗଳାନୀ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇଟି ଫଟୋ ସେୟାର କରିଛନ୍ତି । ଫଟୋରେ ରଣବୀର ନିଜ ପରିଜନଙ୍କ ସହିତ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି । ରଣବୀରଙ୍କ ଗାଲରେ ହଳଦୀ ଏବଂ ମଥାରେ ତିଳକ ମଧ୍ୟ ନଜର ଆସିଛି ଏବଂ ଘରକୁ ଫୁଲରେ ସଜା ହୋଇଛି । ନିକଟରେ ଦୀପିକାଙ୍କ ଘରେ ମଧ୍ୟ ବିବାହ ପୂର୍ବର ପୂଜା ଅନୁଷ୍ଠିତ ହୋଇଥିଲା । ପୂଜାରେ ଦୀପିକା ନାରଙ୍ଗୀ ଆଉଟଫିଟରେ ନଜର ଆସିଥିଲେ । ଆପଣଙ୍କୁ କହିରଖୁଛୁ ଯେ, ଦୁହେଁ ଇଟାଲୀରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି ।