‘ପଦ୍ମାବତୀ’ ସିନେମା ପାଇଁ ଅଧିକ ପାରିଶ୍ରମିକ ନେଲେ ରଣବୀର ସିଂ ! ଶାହିଦଙ୍କୁ ଲାଗିଲା ଝଟକା

81

ବଲିଉଡ଼ର ଦୁଇ ଲୋକପ୍ରିୟ ଅଭିନେତା ରଣବୀର ସିଂ ଓ ଶାହିଦ କପୁର ମଧ୍ୟରେ ବିବାଦ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଏବେ ପୁଣି ଥରେ ଉଭୟଙ୍କ ମଧ୍ୟରେ ବିବାଦକୁ ନେଇ ବଲିଉଡ଼ରେ ହଲଚଲ ସୃଷ୍ଟି ହୋଇଛି । ଏଥର ମମାଲା ଉଭୟଙ୍କ ଭୂମିକାକୁ ନେଇ ନୁହଁ ବରଂ ପାରିଶ୍ରମିକ ପାଇଁ ଦୁଇ ଜଣଙ୍କ ମଧ୍ୟରେ ଝଡ଼ ସୃଷ୍ଟି ହୋଇଛି । ସଞ୍ଜୟ ଲୀଲା ଭନସାଲୀଙ୍କ ସିନେମାରୁ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ । ସିନେମାରେ ଉଭୟ ଅଭିନେତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ସୂତ୍ର ଅନୁସାରେ ସିନେମାରେ ରଣବୀରଙ୍କ ପାରିଶ୍ରମିକ ଦୀପିକା ପାଦୁକୋନ ଓ ଶାହିଦଙ୍କ ଠାରୁ ମଧ୍ୟ ଅଧିକ । ଦୀପିକା ଓ ଶାହିଦଙ୍କୁ ୧୦ କୋଟି ଟଙ୍କା ମିଳିଥିବା ବେଳେ ରଣବୀର ସିଂ ପ୍ରାୟ ୧୩ କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି । ତେବେ ପାରିଶ୍ରମିକ ନେଇ କଳାକାରମାନେ କିଛି ଜାଣି ନାହାନ୍ତି । କିନ୍ତୁ କୁହାଯାଏ ସିନେମା ଦୁନିଆରେ କିଛି ଲୁଚି ରହିପାରେ ନାହିଁ ।

ତେବେ ସୂଚନା ଅନୁସାରେ, ସିନେମାରେ ରଣବୀର ସିଂ ଓ ଶାହିଦ କପୁରଙ୍କ ପାରିଶ୍ରମିକକୁ ନେଇ ଅସମତାର ଦୁଇଟି କାରଣ ହୋଇପାରେ । ପ୍ରଥମଟି ହେଲା ନିର୍ମାତା ରଣବୀରଙ୍କୁ ବୋଧହୁଏ ଦୀପିକା ଓ ଶାହିଦଙ୍କ ଠାରୁ ବଡ଼ ତାରକା ମାନନ୍ତି । ଥରେ ସିନେ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା କହିିଥିଲେ ରଣବୀର ସିଂ କିଙ୍ଗ୍ ଖାନଙ୍କ ବରାବର ଆୟ କରନ୍ତି । ରଣବୀର ସିଂ ବର୍ଷରେ ଆଦିତ୍ୟଙ୍କ ପ୍ରିୟ ହୋଇସାରିଛନ୍ତି । ଖବର ଅନୁସାରେ ଆଦିତ୍ୟଙ୍କ ଅଫିସରେ ଶାହାରୁଖ ଓ ସଲମାନଙ୍କ ବ୍ୟତୀତ କେବଳ ରଣବୀର ସିଂଙ୍କ ପାଷ୍ଟର ଲାଗିଛି ।

ରଣବୀରଙ୍କୁ ଅଧିକ ପାରିଶ୍ରମିକ ଦେବାର ଆଉ ଏକ କାରଣ ହେଲା ସେ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ରଣବୀର ସିନେମାରେ ନେଗେଟିଭ ରୋଲ କରୁଛନ୍ତି ଆଉ ଏଥିପାଇଁ ତାଙ୍କୁ ଅନେକ ପରିଶ୍ରମ କରିବା ପାଇଁ ପଡ଼ିଛି । ରଣବୀରଙ୍କ ଏହି ନିଆରା ଅନ୍ଦାଜ ଯୋଗୁଁ ସେ ଭନସାଲୀଙ୍କ ପ୍ରିୟ ହୋଇ ପାରିଛନ୍ତି । ଆଜିକା ତାରିଖରେ ରଣବୀର ତାଙ୍କର ଦମଦାର ଅଭିନୟ ଦକ୍ଷତା ଯୋଗୁଁ ଅନ୍ୟ ବଲିଉଡ଼ ଅଭିନେତାଙ୍କୁ କଡ଼ା ଟକ୍କର ଦେଉଛନ୍ତି ।

ସୂଚନାଯୋଗ୍ୟ ଉଭୟ ଅଭିନେତାଙ୍କ ମଧ୍ୟରେ ପୂର୍ବରୁ ରୋଲକୁ ନେଇ ଶୀତଜ ଯୁଦ୍ଧ ଜାରି ଥିଲା । ଶାହିଦ ଚାହୁଁନଥିଲେ ‘ପଦ୍ମାବତୀ’ ସିନେମାରେ ରଣବୀରଙ୍କ ଭୂମିକା ତାଙ୍କୁ ପ୍ରଭାବିତ କରୁ । ଏଥିପାଇଁ ଭନସାଲୀଙ୍କୁ ଶାହିଦ ସର୍ତ୍ତ ରଖିଥିଲେ ତାଙ୍କ ଭୂମିକା ମଧ୍ୟ ରଣବରରଙ୍କ ପରି ଦମଦାର ହେବା ଦରକାର ।