ରଣବୀରଙ୍କୁ ଭାରୀ ପଡିଲା ପିଲାଳିଆମି ! ପ୍ରଶଂସକ କହିଲେ , ପିଲାଳିଆମି ଛାଡି ବଡ ହୁଅ ରଣବୀର ।

637

ବଲିଉଡ୍ ଅଭିନେତା ରଣବୀର ସିଂହ ନିଜ ଫିଲ୍ମ ‘ଗଲି ବଏ’ କୁ ନେଇ ଏବେ ଚର୍ଚ୍ଚାରେ ଥିବାବେଳେ ସିନେମାଟି ଫେବୃଆରୀ ୧୪ ତାରିଖରେ ରିଲିଜ୍ ହେବାକୁ ଯାଉଛି । ରିଲିଜ୍ ଡେଟ୍ ନିକଟରେ ଥିବାରୁ ରଣବୀର ପ୍ରମୋସନ୍ ରେ ଲାଗି ପଡିଛନ୍ତି । ନିକଟରେ ସେ ଲାକମି ଫ୍ୟାସନ୍ ୱିକ୍ ୨୦୧୯ ର ଫ୍ୟାସନ ଉତ୍ସବରେ ଯୋଗ ଦେଇଥିଲେ ଯେଉଁଠାରେ ତାଙ୍କ ଉପରେ ଫ୍ୟାନ୍ସ ପୁରା ଖପ୍ପା ହୋଇଯାଇଛନ୍ତି ।

 

ରଣବୀରଙ୍କୁ ଦେଖିବା ପାଇଁ ଯେତେବେଳେ ଫ୍ୟାନ୍ସଙ୍କ ଗହଳି ଜମିଲା ସେତେବେଳେ ରଣବୀର ଷ୍ଟେଜ୍ ଉପରୁ ଫ୍ୟାନ୍ସଙ୍କ ଭିଡ ଉପରକୁ ଡେଇଁ ପଡିଥିଲେ । ଏଥିରେ ସେଠାରେ ଉପସ୍ଥିତ ଥିବା କିଛି ଯୁବତୀ ତଳେ ପଡି ଯାଇଥିଲେ । ଝିଅଙ୍କ ତଳେ ପଡିଯିବାକୁ ନେଇ ଫ୍ୟାନ୍ସ ତାଙ୍କ ଉପରେ ରାଗି ଯାଇଥିଲେ । ଟ୍ୱିଟରରେ କିଛି ଲୋକ ରଣବୀରଙ୍କ ଏଭଳି ପିଲାଳିଆମି ପାଇଁ ତାଙ୍କ ଉପରେ ରାଗିବା ସହ ପିଲାଳିଆମି ଛାଡିବାକୁ କହିଛନ୍ତି । ତେବେ ଏହା କେବଳ ପ୍ରଥମ ନୁହଁ ଏହା ପୂର୍ବରୁ ମଧ୍ୟ ‘ସିମ୍ବା’ ପ୍ରମୋସନରେ ମଧ୍ୟ ସେ ଫ୍ୟାନ୍ସଙ୍କ ଉପରକୁ ଡେଇଁ ପଡିଥିଲେ ।