ସିନେମା ପିଛା ୮କୋଟି ପାରିଶ୍ରମିକ ନେଉଛନ୍ତି ରଣବୀର୍ ! କିନ୍ତୁ ଡ୍ରାଇଭରକୁ ଦେଉନାହାଁନ୍ତି ଦରମା

39

ଆସୁଛି ରଣବୀର୍ ସିଂହଙ୍କ ବ୍ଲକ୍ ବଷ୍ଟର୍ ସିନେମା ପଦ୍ମାବତୀ । କିନ୍ତୁ ଯେବେଠାରୁ ଏହି ସିନେମାର ସୁଟିଂ ଆରମ୍ଭ ହୋଇଛି ସେବେଠାରୁ କିଛି ନା କିଛି ଅଘଟଣ ଘଟିଚାଲିଛି । ‘ପଦ୍ମାବତୀ’ର ପିଛା ଛାଡୁନି ବିବାଦ । ଯାହାର ସିଧା ପ୍ରଭାବ ସିନେମା ଉପରେ ପଡୁଛି । କେବେ ସୁଟିଂ ସେଟରେ କରଣୀ ସେନାଙ୍କ ହଙ୍ଗାମା ତ କେବେ ରଣବୀରଙ୍କ ମୁଣ୍ଡରେ ଆଘାତ । ନିକଟରେ ସାହିଦ୍ କପୁରଙ୍କୁ ମଧ୍ୟ ଆଘାତ ଲାଗିଥିବାର ସୂଚନା ମିଳିଛି । ତେବେ ମାମଲା ଥଣ୍ଡା ହୋଇନଥିବା ବେଳେ ଆଉ ଏକ ନିରାଶ କରିବା ଭଳି ଖବର ଆସିଛି ସାମ୍ନାକୁ ।

ମିଳିଥିବା ସୂଚନା ଅନୁସାରେ, ରଣବୀର୍ ସିଂହଙ୍କ ଡ୍ରାଇଭର୍ ଏବଂ ବଡିଗାର୍ଡ ମଧ୍ୟରେ ଝଗଡା ହୋଇଛି । ଯାହାର ସିଧାସଳଖ ପ୍ରଭାବ ସିନେମାର ସୁଟିଂ ଉପରେ ପଡିଛି । ଏହା ଝଗଡା ଯୋଗୁଁ ସୁଟିଂକୁ ଅଧାରେ ବନ୍ଦ କରାଯାଇଥିଲା । ଏପରିକି ସମାଧାନ ପାଇଁ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ମଧ୍ୟସ୍ଥି କରିଥିଲେ ।

ତେବେ ଏହି ଝଗଡାର କାରଣ ଜାଣି ଆଶ୍ଚଯ୍ୟ ହେବେ । ଡ୍ରାଇଭର୍ ରଣବୀରଙ୍କ ବିରୋଧରେ ଦୁଇ ମାସ ହେବ ଦରମା ଦେଇନଥିବାର ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ରଣବୀର୍ ତାଙ୍କ ଡ୍ରାଇଭର୍ ସୁରଜଙ୍କୁ ଦୁଇ ମାସର ଦରମା ୮୫ହଜାର ଟଙ୍କା ଦେଇନଥିଲେ । ନିଜ ଦରମା ଟଙ୍କା ମାଗିବାକୁ ଯାଇଥିବା ବେଳେ ରଣବୀରଙ୍କ ମ୍ୟାନେଜର୍ ଶୁଣିନଥିଲେ । ଏପରିକି ରଣବୀରଙ୍କ ବଡିଗାର୍ଡ ତାଙ୍କୁ ମାରପିଟ୍ ମଧ୍ୟ କରିଥିଲେ । ତେବେ ସଂଜୟ ଲୀଲା ଭଂସାଲୀ ଘଟଣାର ସମାଧାନ କରିବାକୁ ଯାଇ ଡ୍ରାଇଭର ସୁରଜଙ୍କୁ ଗୋଟିଏ ଦିନ ମଧ୍ୟରେ ବକେୟା ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ଚାକିରିରୁ ବାହାର କରିଦେଇଥିଲେ ।