ଯୋଗଗୁରୁ ରାମଦେବଙ୍କ ପରେ ବାଜିରାଓଙ୍କ ଡ୍ୟାନ୍ସିଙ୍ଗ୍ ପାର୍ଟନର ହେଲେ ସଦଗୁରୁ ବାସୁଦେବ !

43

ଅଭିନେତା ରଣବୀର ସିଂହ ଏଇ କିଛି ଦିନ ହେବ ଏପରି କାମ କରୁଛନ୍ତି ଯେଉଁଥିପାଇଁ ଚର୍ଚ୍ଚାର ପରିସରରେ ରହୁଛନ୍ତି। ତେବେ ରଣବୀର ଯାହା ବି କରନ୍ତି ମନ ଲଗାଇ କରନ୍ତି, ଏଥିପାଇଁ ସେ ସମସ୍ତଙ୍କ ପସନ୍ଦର ହିରୋ ବି ହୋଇ ପାରିଛନ୍ତି। କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ସହିତ ସେୟାର ହେଉଥିବାର ବି ଦେଖିବାକୁ ମିଳୁଛି।

 

ଭିଡିଓରେ ରଣବୀର ସିଂହ ଧର୍ମଗୁରୁ ତଥା ସଦଗୁରୁ ଯୋଗୀ ବାସୁଦେବଙ୍କ ସହିତ ଏକ ମଞ୍ଚରେ ଡେଇଁଡେଇଁ ନୃତ୍ୟ କରୁଛନ୍ତି। ନୃତ୍ୟ କରୁଥିବା ସମୟରେ ରଣବୀରଙ୍କ ପାଦରେ ଯେପରି ଏକ ‘ହାପିନେସ୍ ସ୍ପ୍ରିଙ୍ଗ’ ଲାଗିଥିବା ଭଳି ମନେହେଉଛି।

ସୂଚନାଯୋଗ୍ୟ, ରଣବୀର ସିଂହ ଏକ କାର୍ୟ୍ୟକ୍ରମରେ ଭାଗ ନେବା ପାଇଁ ବେଙ୍ଗାଲୁରୁ ପହଞ୍ଚିଥିଲେ। ଆଇଆଇଏମ୍ ବେଙ୍ଗାଲୁରୁରେ ଆୟୋଜିତ ହୋଇଥିବା ଏହି କାର୍ୟ୍ୟକ୍ରମରେ ସଦଗୁରୁ ଯୋଗୀ ବାସୁଦେବ ବି ସମ୍ମାନୀତ ଅତିଥି ଥିଲେ। ମଞ୍ଚରେ ତାଙ୍କ ସହିତ ନୃତ୍ୟ କରିଥିଲେ ରଣବୀର। ତେବେ ପ୍ରଥମେ ନୃତ୍ୟ କରିବା ପାଇଁ ସଦ୍ଗୁରୁ ରାଜି ହୋଇ ନ ଥିଲେ। କିନ୍ତୁ ପରେ ରଣବୀରଙ୍କ କହିବା ପରେ ସେ ନୃତ୍ୟ କରିଥିଲେ । ରଣବୀର ବି ସଦଗୁରୁ କରୁଥିବା ଷ୍ଟେପ୍କୁ ଅନଚସରଣ କରି ନୃତ୍ୟ କରିଥିଲେ। ଏହି ଭିଡିଓକୁ ରଣବୀର ତାଙ୍କ ଅଫିସିଆଲ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଭିଡିଓକୁ ସେୟାର କରିବା ସହିତ ରଣବୀର ‘ହାପି ଡ୍ୟାନ୍ସ’ ବୋଲି କ୍ୟାପସନ୍ ବି ଲେଖିଛନ୍ତି।