ବିବାହରେ ସାମିଲ ହୋଇଥିବା ଅତିଥିଙ୍କୁ ଦୀପିକା-ରଣବୀର ଦେଲେ ଏହି ବିଶେଷ ଉପହାର ! ଫଟୋ ହେଲା ଭାଇରାଲ

ମସ୍ତ ଅତିଥିଙ୍କୁ ରିଟର୍ଣ୍ଣ ଗିଫ୍ଟ ଆକାରରେ ସିଲଭର ପ୍ଲେଟେଡ଼୍ ଫଟୋଫ୍ରେମ୍ ଦିଆଯାଇଥିବା ଜଣାପଡ଼ିଛି ।

233

ବଲିଉଡ୍ ଷ୍ଟାର୍ ଦୀପବୀରଙ୍କ ବିବାହ ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚିତ ବିବାହ ମଧ୍ୟରୁ ଗୋଟିଏ ଥିଲା । ବିବାହ ସରିଥିଲେ ମଧ୍ୟ ଏବେ ବି ଦୁହିଁଙ୍କ ବିବାହ ଖବରକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି । ଇଟାଲୀର ଲେକ୍ କୋମୋରେ ବିବାହ କରିବା ପରେ ଭାରତ ଫେରି ବେଙ୍ଗାଲୁରୁରେ ବିବାହର ଭୋଜି ରଖିଥିଲେ ଦୀପବୀର । ଯେଉଁଠି ତାଙ୍କ ସଂପର୍କୀୟମାନେ ତାଙ୍କୁ ଉପହାର ଦେବା ସହ ଆର୍ଶୀବାଦ ମଧ୍ୟ ଦେଇଥିଲେ । ତେବେ ବିବାହ ଭୋଜିରେ ଦୀପବୀର ନିଜ ଅତିଥିମାନଙ୍କୁ ରିଟର୍ଣ୍ଣ ଗିଫ୍ଟ ଦେଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ବିବାହରେ ସାମିଲ ହୋଇଥିବା ସମସ୍ତ ଅତିଥିଙ୍କୁ ରିଟର୍ଣ୍ଣ ଗିଫ୍ଟ ଆକାରରେ ସିଲଭର ପ୍ଲେଟେଡ଼୍ ଫଟୋଫ୍ରେମ୍ ଦିଆଯାଇଥିବା ଜଣାପଡ଼ିଛି । ଇନଷ୍ଟାଗ୍ରାମରେ ଦିଆଯାଇଥିବା ଫଟୋଫ୍ରେମରେ ଦୀପବୀରଙ୍କ ଫଟୋ ଲଗାଯାଇ ସେୟାର କରାଯାଇଥିବା ଦେଖାଯାଇଛି । ବେଙ୍ଗାଲୁରୁରେ ନଭେମ୍ବର ୨୧ରେ ବିବାହ ଭୋଜି ଦେଇ ସାରିଥିବା ବେଳେ ନଭେମ୍ବର ୨୮ରେ ମୁମ୍ବାଇରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିର ବନ୍ଧୁମାନଙ୍କୁ ବିବାହ ଭୋଜି ଦେବେ ।