ଭାଙ୍ଗିଗଲା ବଲିଉଡର ‘ରାମ –ଲୀଲା’ଙ୍କ ସମ୍ପର୍କ ! ଜାଣନ୍ତୁ ଉଭୟଙ୍କ କାହାଣୀରେ କିଏ ସାଜିଲା ଖଳନାୟକ

72

କୁହାଯାଏ ବଲିଉଡରେ କେଉଁ ସମ୍ପର୍କ କେତେବେଳେ ଭାଙ୍ଗିଯାଏ କାହାକୁ ଜଣା ନଥାଏ । ସିନେମା ପରି ଇଣ୍ଡଷ୍ଟ୍ରିରେ ସଂପର୍କର ହାପି ଏଣ୍ଡିଙ୍ଗ୍ ହୋଇନଥାଏ । ଅନେକ ଭଙ୍ଗା ସଂପର୍କର ମୁକସାକ୍ଷୀ ଥିଲା ୨୦୧୬ । କାରଣ ଗତବର୍ଷ ମଲାଇକା – ଅରବାଜ୍, ସୁଜେନ୍ – ରିତିକ୍, ଏବଂ ରଣବୀର – କ୍ୟାଟ୍ରିନାଙ୍କର ହୋଇଥିଲା ବିଚ୍ଛେଦ । ତେବେ ଲାଗୁଛି ଚଳିତ ବର୍ଷ ମଧ୍ୟ ସେମିତି କିଛି ଘଟିପାରେ । କାରଣ ବଲିଉଡର ରାମ୍ – ଲୀଲା ଅଲଗା ହେବାକୁ ଯାଉଛନ୍ତି ।

ସୂଚନା ଅନୁସାରେ, ଦୀପିକା ଏବଂ ରଣବୀର ସିଂହଙ୍କର ବ୍ରେକ୍ ଅପ୍ ହୋଇଯାଇଛି । ତେବେ ବାଜିରାଓ – ମସ୍ତାନୀଙ୍କ ମଧ୍ୟରେ ବ୍ରେକ୍ ଅପ୍ କୌଣସି ତୃତୀୟ ବ୍ୟକ୍ତିଙ୍କ ପାଇଁ ହୋଇନାହିଁ ବରଂ ଉଭୟଙ୍କ କାମ ହିଁ ସେମାନଙ୍କ ମଧ୍ୟରେ ଖଳନାୟକ ସାଜିଛି । ଯଦିଓ ରଣବୀର ଓ ଦୀପିକା ସଞ୍ଜୟ ଲୀଲା ଭନସାଲୀଙ୍କ ଆଗାମୀ ସିନେମା ‘ପଦ୍ମାବତୀ’ରେ ଏକାଠି ଅଭିନୟ କରୁଛନ୍ତି କିନ୍ତୁ ଉଭୟଙ୍କ ଗୋଟିଏ ବି ସିନ୍ ଏକାଠି ନାହିଁ । ଉଭୟ ନିଜ ନିଜ କାମକୁ ନେଇ ଏତେ ବ୍ୟସ୍ତ ରହୁଛନ୍ତି ଯେ ପରସ୍ପରକୁ ସମୟ ଦେଇପାରୁ ନାହାଁନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ରଣବୀର୍ ଏବେ ସେଟେଲ୍ ହେବାକୁ ଚାହୁଁଛନ୍ତିି । ତାଙ୍କୁ ଲାଗୁଛି ସିନେମାରୁ ବ୍ରେକ୍ ନେଇ ବିବାହ କରିବାର ସମୟ ଏବେ ହୋଇଯାଇଛି । କିନ୍ତୁ ଦୀପିକା ଏଥିରେ ରାଜି ନାହାଁନ୍ତି । କ୍ୟାରିୟର୍ ଉପରେ ପ୍ରଭାବ ପଡିବ ବୋଲି ଏବେ ଦୀପିକା ବିବାହ କରିବାକୁ ଚାହୁଁନାହାଁନ୍ତି । କାରଣ ଅତୀତରେ ଅନେକ ନଜିର ମଧ୍ୟ ଦେଖିବାକୁ ମିଳିଛି । ବିବାହ ପରେ ନାୟିକା ମାନଙ୍କୁ ଭଲ ଭୂମିକା ମିଳିନଥାଏ । ତେବେ ଉଭୟଙ୍କ ବ୍ରେକ୍ ଅପ୍ କଥା କେତେ ଦୂର ସତ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।