ଦର୍ଶକ ହେବେ ନିରାଶ ! ଆଉ ଫିଲ୍ମରେ ଏକାଠି ନଜର ଆସିବେନି ରଣବୀର-କ୍ୟାଟ୍ରିନା ଯୋଡ଼ି!

33

ପୂର୍ବତନ ପ୍ରେମିକ-ପ୍ରେମିକା ରଣବୀର କପୁର ଓ କ୍ୟାଟ୍ରିନା କୈଫଙ୍କୁ ଏକାଠି ଦେଖିବାକୁ ଭଲ ପାଉଥିବା ଦର୍ଶକଙ୍କ ଲାଗି ଏକ ନିରାଶଜନକ ଖବର । ଫିଲ୍ମ ‘ଜଗା ଜାସୁସ୍’ ପରେ ଆଗାମୀ ଦିନରେ କୈାଣସି ବି ଫିଲ୍ମରେ ଏହି ଦୁହିଁ ଯୋଡ଼ିଙ୍କୁ ଦେଖିବାକୁ ପାଇବେ ନାହିଁ ସେମାନେ । ଏକଥାର ପ୍ରକାଶ କ୍ୟାଟ୍ରିନା ନିଜେ କରିଛନ୍ତି ।

‘ଜଗା ଜାସୁସ୍’ର ପ୍ରମୋଶନ ପାଇଁ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କ୍ୟାଟ୍ । ସେଠାଏିନରେ ତାଙ୍କୁ ରଣବୀରଙ୍କ ସହ ପୁଣି କୈାଣସି ଫିଲ୍ମ କରିବା ପାଇଁ ଚାହିଁବେ ବୋଲି ପ୍ରଶ୍ନ କରାଯାଇଥିଲା । ସେ କହିଥିଲେ , ଏପରି ଆଉ କେବେ ବି ହେବନାହିଁ । ରଣବୀର ମଧ୍ୟ ଏକାଠି କାମ କରିବା ପାଇଁ କୈାଣସି ଆଗ୍ରହ ଦେଖାଉନାହାଁନ୍ତି । କ୍ୟାଟଙ୍କ ଏପରି ମନ୍ତବ୍ୟ ଶୁଣିବା ପରେ ଲାଗୁଛି ରଣବୀର ଯାହା କହିଥିଲେ କେବଳ ଫିଲ୍ମର ପ୍ରମୋଶନ ଲାଗି କରିଥିଲେ । ସୂଚନା ଅନୁସାରେ , ଗତ କିଛିଦିନ ପୂର୍ବରୁ ରଣବୀରଙ୍କୁ କ୍ୟାଟଙ୍କ ପ୍ରଶଂସା କରୁଥିବାରୁ ଶୁଣିବାକୁ ମିଳିଥିଲା । ଏପରିକି ସେ ଫିଲ୍ମର ପ୍ରଯୋଜନା କରିଲେ କେବଳ କ୍ୟାଟଙ୍କୁ ନାୟିକା ଭାବେ ନେବେ ବୋଲି କହିଥିଲେ । ଏହାପରେ କ୍ୟାଟଙ୍କ ଏହି ବୟାନ୍ ସମସ୍ତଙ୍କୁ ଚକିତ କରିଦେଇଛି ।